ପଦ୍ମପୁର-ରାଜବୋଡାସମ୍ବର କୃଷକ ସଂଗଠନ ପଦ୍ମପୁରର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ବୈଠକରେ ଗାଁ କୁ ଚାଲ ବୋଲି ଦୃଢ଼ ନିଷ୍ପତ୍ତି ଗ୍ରହଣ କରାଯାଇଛି l ପ୍ରକାଶ ଥାଉ କି ରାଜବୋଡାସମ୍ବର କୃଷକ ସଂଗଠନ ପଦ୍ମପୁରର ନେତୃତ୍ବରେ ବିଭିନ୍ନ ଦାବୀ ନେଇ ଦୀର୍ଘ ୫୫୫ ଦିନ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ହୋଇଥିଲା l ତନ୍ମଧ୍ୟରୁ ବରଗଡ ଜିଲ୍ଲା ପାଇଁ ସର୍ବାଧିକ ୪୦୦ କୋଟିର ଫସଲ ବୀମା ରାଶି ମିଳିଛି l ସାରା ପଶ୍ଚିମ ଓଡିଶାକୁ ମୋଟ ୨୦୦ କୋଟି ଇନପୁଟ ସହାୟତା ରାଶି ମିଳିଥିବା ବେଳେ ତହିଁରୁ ୫୨ କୋଟି ପଦ୍ମପୁର ଉପଖଣ୍ଡ ଚାଷୀଙ୍କୁ ମିଳିପାରିଛି l ରାଜବୋଡା ସମ୍ବର କୃଷକ ସଂଗଠନର ଆନ୍ଦୋଳନ ଯୋଗୁଁ ବରଗଡ ଜିଲ୍ଲାରେ ବରଗଡ ସହ ସମାନ ଭାବେ ପଦ୍ମପୁର ଉପଖଣ୍ଡର ଧାନମଣ୍ଡି ଖୋଲିଥିଲା, ଅନେକ ମଣ୍ଡିରେ ଛାଉଣୀ ଓ ପିଣ୍ଡି ତିଆରି ହୋଇଛି, କ୍ଷମତାର ବିକେନ୍ଦ୍ରୀ କରଣ ପାଇଁ ନୂତନ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଖୋଲିଲା,୩୨ ଗୋଟି ନୁଆଁ ସମବାୟ ସମିତି ଖୋଲିଲା, ସଂଗଠନର ଚାରିଗୋଟି ପ୍ରସ୍ତାବିତ ଦାବୀ ମଧ୍ୟରୁ ଅଙ୍ଗ ନଦୀ ମାଣ୍ଡିଆଢ଼ୀପାରେ ୧୦୪ କୋଟିରେ ନଦୀ ଗର୍ଭ ଜଳାଶୟକୁ ମଞ୍ଜୁରୀ ମିଳି ପାରିଛି, ଲଖମରାରେ ସେତୁ ତିଆରି ହୋଇଛି, ଅନେକ ଚାଷୀଙ୍କ ବୋରୱେଲ ରେ ଦୀର୍ଘ ଦିନ ପରେ ବିଦ୍ୟୁତ ସଂଯୋଗ ହୋଉପାରିଛି I ତଥାପି ମଧ୍ୟ ଆହୁରି ୧୨୫ କୋଟି ଟଙ୍କା ରେ ଫସଲ ବୀମା ମିଳିନାହିଁ ଫଳରେ କୃଷକ ସଂଗଠନ କୋର୍ଟର ଦ୍ୱାରସ୍ଥ ହୋଇଛି I ସମସ୍ତ ଚାଷୀଙ୍କୁ ଇନପୁଟ ସହାୟତା ରାଶି ମିଳିନାହିଁ I ମିଗଜୋମ କ୍ଷୟକ୍ଷତି ନାଁକୁ ମାତ୍ର ମିଳିଛି ଅନେକ ଚାଷୀ ଏଥିରୁ ବଞ୍ଚିତ ହୋଇଛନ୍ତି I
ଆଗାମୀ ୦୮.୦୫.୨୦୨୪ ରେ ସଂଯୁକ୍ତ କୃଷକ ମୋର୍ଚ୍ଚାର ବରଗଡ ଉପଖଣ୍ଡରେ ହେବାକୁ ଥିବା ବାଇକ ରାଲିରେ ରାଜବୋଡାସମ୍ବର କୃଷକ ସଂଗଠନ ସାମିଲ ହେବା ନିଷ୍ପତ୍ତି ନିଆଗଲା I ଆଗାମୀ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି କୃଷକ ସଂଗଠନ ପ୍ରତ୍ୟେକ ଗାଁକୁ ଯାଇ ଚାଷୀ ସମସ୍ୟା ଓ ସରକାର ମାନଙ୍କ ଉଦାସୀନତା କୁ ଆଲୋଚନା କରି ଦୃଢ଼ ନିଷ୍ପତ୍ତି ନେବା ପାଇଁ “ଗାଁ କୁ ଚାଲ ” କାର୍ଯ୍ୟକ୍ରମ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି ଏବଂ ଗୋଟିଏ ଚାଷୀ ମାନଙ୍କ ୧୨ ଟି ସମସ୍ୟା ଥିବା ପୋଷ୍ଟର ବାହାର କରାଯାଇଛି I ଯେଉଁ ଥିରେ ସବୁ ଚାଷୀଙ୍କ ଋଣ ଛାଡ଼, ଧାନ କ୍ୟୁଣ୍ଟାଲ ଚାରି ହଜାର ଟଙ୍କା, ଯେତେ ଦିନ ପର୍ଯ୍ୟନ୍ତ ଧାନ ଦର ବୃଦ୍ଧି ନ ହୋଇଛି ହଜାର ଟଙ୍କା ବୋନସ, ବିସ୍ଥାପନ ବିହୀନ ଜଳ ସେଚନ, ବିଦ୍ୟୁତ ବିଲ ଛାଡ଼, ତିନି ହଜାର ଟଙ୍କା ଭତ୍ତା, ଜଙ୍ଗଲ ଜାତ ଦ୍ରବ୍ୟର ମୁଲ୍ୟ ଏବଂ ବଜାର ବ୍ୟବସ୍ଥା, ଫସଲ ନଷ୍ଟ ର କ୍ଷତିପୂରଣ, ଯୁବକ ଯୁବତୀ ମାନଙ୍କୁ ନିୟୁକ୍ତି, ଗୁଣାତ୍ମକ ଶିକ୍ଷା ଓ ସୁନିଶ୍ଚିତ ସ୍ୱାସ୍ଥ୍ୟ ବ୍ୟବସ୍ଥା ଆଦିକୁ ନିର୍ବାଚନୀ ପ୍ରସଙ୍ଗ କରିବା ପାଇଁ ନିଷ୍ପତ୍ତି ଏବଂ ଚାଷୀ ଙ୍କ କେତେ ସମସ୍ୟା ଅଛି ଓ କେତେ ସମାଧାନ କରିଛନ୍ତି ଗାଁ ଗାଁ ରେ ଆଲୋଚନା ହେବ ଏବଂ ନିର୍ବାଚନ ରେ ଉଚିତ ଜବାବ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି l ଏହି ବୈଠକ ରେ ରମେଶ ମହାପାତ୍ର, ଅଶୋକ ସାହୁ, ଅଜିତ ଶତପଥି, ମୀନକେତନ ବିଶ୍ୱାଳ, କୁଳମଣି ବାରିକ, ଲିଙ୍ଗରାଜ ପ୍ରଧାନ, ପ୍ରକାଶ ଦାସ, ବିରେନ ପ୍ରଧାନ,କୈଳାସ ବାରିକ, ରୋହିତ ପଧାନ,ଯୋଗେନ୍ଦ୍ର ମେହେର, ନବୀନ ବେହେରା, ଚିତ୍ତ ପାଣ୍ଡେ,ବିଜୟ ସାହୁ,, ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ର ସୁବାସ ବରିହା, ରୁକ୍ମଣ, ସାନନ୍ଦ ବେହେରା ଚାଷୀ ସମେତ ଅନେକ ଚାଷୀ ସାମିଲ ହୋଇଥିଲେ l