
ପଦ୍ମପୁର-ପଦ୍ମପୁର ସ୍ଥିତ ଦେବଦରହା ଠାରେ ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟର ୧୯୮୯ ବର୍ଷ ମାଟ୍ରିକ ଛାତ୍ର ମାନଙ୍କର ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁମିଳନ ଆୟୋଜନର ଆବାହକ ପ୍ରତାପ ନାଥ,ଦିନେଶ ପାଣିଗ୍ରାହୀ,ଗୋବିନ୍ଦ ପଟେଲ,ସହଦେଵ ମେହେର,ସମସ୍ତ ବନ୍ଧୁ ମାନଙ୍କୁ ଯୋଗାଯୋଗ କରି ଏକତ୍ରିତ କରିଥିଲେ ।ହାଇଦ୍ରାବାଦ,ବେଙ୍ଗାଲୋର,ମୁମ୍ବାଇ,ଦିଲ୍ଲୀ, ଭୁବନେଶ୍ୱର,ଗୁଣପୁର,କଟକ ଆତାବିରା,ସମ୍ବଲପୁର,ବରଗଡ,ପଦ୍ମପୁର ଓ ପଦ୍ମପୁର ଆଖପାଖର ପ୍ରାୟ ୬୦ ରୁ ୬୫ ଜଣ ବନ୍ଧୁଙ୍କ ସମାଗମ ହୋଇଥିଲା ।

ନାଚ ଗୀତ ସହିତ ଭାବ ଆଦାନ ପ୍ରଦାନରେ ସମସ୍ତେ ବହୁତ ଆନନ୍ଦ ଓ ଉପଭୋଗ କରିଥିଲେ । ଗତ ବର୍ଷ ବନ୍ଧୁ ମିଳନ ସମୟରେ ୮୯ ବ୍ୟାଚ ବନ୍ଧୁ ମାନେ ଦେବଦର୍ହାର ଶୋଚନୀୟ ରାସ୍ତା ନିର୍ମାଣ ପାଇଁ ଲୋକପ୍ରିୟ ବରଗଡ ସାଂସଦ ପ୍ରଦୀପ ପୁରୋହିତ ମହୋଦୟଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଉକ୍ତ ଦାବିପତ୍ର ଜରିଆରେ କିଛି ଦୂରତାର ରାସ୍ତା ନିର୍ମାଣ ହୋଇଥିବାରୁ ଶ୍ରୀମାନ୍ ପୁରୋହିତ ମହୋଦୟଙ୍କୁ ଧନ୍ୟବାଦ ଅର୍ପଣ କରି ବାକି ରହିଯାଇ ଥିବା ରାସ୍ତା ନିର୍ମାଣ ପାଇଁ ପୁଣି ଥରେ ସୂଚିତ କରିବା ପାଇଁ ପ୍ରସ୍ଥାବ ନିଆଗଲା ।

ପରେ ପରେ ଦିବଙ୍ଗତ ବନ୍ଧୁ ଯୋଗେନ୍ଦ୍ର ସାହୁ,ରାଜେଶ ବାରିକ,ଲକ୍ଷ୍ମୀଧର ସାହୁ, ଆଶିଷ ପାଲ,ଚିନ୍ତାମଣି ବାଗ ଓ ଅନିତା ବାବୁ (ଜଗବନ୍ଧୁ ବାବୁ ଙ୍କ ପତ୍ନୀ)ଙ୍କ ସ୍ୱର୍ଗବାସ ହୋଇଥିବାରୁ ତାଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଶେଷରେ ସମସ୍ତେ ନିଜର ବହୁମୂଲ୍ୟ ସମୟ ଦେଇ ସମସ୍ତ ବନ୍ଧୁଙ୍କ ସହିତ ଭାବ ବିନିମୟ ଦେଇଥିବାରୁ ପ୍ରତାପ ନାଥ ଧନ୍ୟବାଦ ଅର୍ପଣ କରିଥିଲେ ।



