ପଦ୍ମପୁର-ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ସୁସ୍ଥ ଏବଂ ନିରାମୟ ଜୀବନ ଯାପନ ନିମନ୍ତେ ଯୋଗ କରିବା ଉଚିତ୍ । ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀମତି ଲୋଭାଦିନୀ ସାହୁ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ସଭା ରେ ଯୋଗ ଏକ ସୁସ୍ଥ ମଣିଷ ଏବଂ ସୁସ୍ଥ ସମାଜ ଗଠନ ନିମନ୍ତେ କିପରି ସହାୟକ ସେହି ବିଷୟ ରେ ଛାତ୍ର ମାନଙ୍କୁ ଅବଗତ କରାଇବା ସଙ୍ଗେ ସଙ୍ଗେ ଛାତ୍ରମାନଙ୍କୁ ପ୍ରତ୍ୟେକ ଦିନ ଯୋଗାଭ୍ୟାସ କରିବା ପାଇଁ ଅଭିପ୍ରେରିତ କରାଯାଇଥିଲା।
ବିଦ୍ୟାଳୟ ର ଶାରିରୀକ ଶିକ୍ଷକ ହରେକୃଷ୍ଣ ମେହେର ପିଲାମାନଙ୍କୁ ଯୋଗାଭ୍ୟାସ କରାଇଥିଲେ ।ବରିଷ୍ଠ ଶିକ୍ଷକ ଅଭିଳାଷ ସାହୁ,ମୋହନ ବନଛୋର,ପ୍ରଭାସିନୀ ସା,ତୃପ୍ତିମୟୀ ଝଗରା,ରୁଦ୍ରାଙ୍ଗଦ ବାରିକ,ପ୍ରୀତିରଶ୍ମି ସେଠ,ମଧୁସ୍ମିତା ବର୍ଗେ,ସଂଗ୍ରାମ କେଶରୀ ଦୀପ୍,ଅମୃତା ବାରିକ,ଚନ୍ଦନ ନାୟକ, ଅମ୍ବିକା ରଥ,ଅଳକାଶ୍ରୀ ପଣ୍ଡା,ଚନ୍ଦ୍ରାଶେଖର ଭୋସାଗର , ସୁନୀତା ଖମାରୀ ,ଦୀପକ କୁମାର ତିଓ୍ୱାରୀ, କୃଷ୍ଣଚନ୍ଦ୍ର ପଧାନ ଓ ନିରୁପମା ଭୋଇ ପ୍ରମୁଖ ସହଯୋଗ କରିଥିଲେ ।