Sunday, April 20, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟରେ ଗଙ୍ଗାଧର ମେହେରଙ୍କ ୧୬୪ ତମ ଜୟନ୍ତୀ ପାଳିତ ।

ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟରେ ଗଙ୍ଗାଧର ମେହେରଙ୍କ ୧୬୪ ତମ ଜୟନ୍ତୀ ପାଳିତ ।

ପଦ୍ମପୁର-ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟ,ପଦ୍ମପୁର ରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଅଭିଳାଷ ସାହୁ ଙ୍କ ସଭାପତିତ୍ୱ ରେ ୧୬୪ ତମ ଗଙ୍ଗାଧର ଜୟନ୍ତୀ ପାଳିତ ହୋଇଯାଇଛି ।ସର୍ବପ୍ରଥମେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କ ସମେତ ଅନ୍ୟାନ୍ୟ ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ ସ୍ବଭାବ କବି ଗଙ୍ଗାଧର ମେହେର ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ ।ଏଇ ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟ ର ବଟବୃକ୍ଷ ତଳେ ଗଙ୍ଗାଧର ମେହେର ଅନେକ ଗୁଡିଏ କାବ୍ଯ କବିତା ରଚନା କରି ଏଇ ମାଟି କୁ ଧନ୍ୟ କରିଛନ୍ତି।

ବିଦ୍ୟାଳୟ ର ଅତିଥି ଶିକ୍ଷକ ଶ୍ରୀଯୁକ୍ତ ବୃନ୍ଦାବନ ଦାଶ ସମ୍ୟକ୍ ଭାବେ ତପସ୍ବିନୀ,ପ୍ରଣୟ ବଲ୍ଲରୀ,କୀଚକ ବଧ,କୃଷକ ସଙ୍ଗୀତ ଆଦି ଗଙ୍ଗାଧର ଙ୍କ କାବ୍ୟ କବିତା ଗୁଡିକୁ ବର୍ଣ୍ଣନା କରିଥିଲେ ।ଗଙ୍ଗାଧର ଙ୍କ କବିତା ଗୁଡିକୁ ଶିକ୍ଷକ,ଶିକ୍ଷୟିତ୍ରୀ ଏବଂ ଛାତ୍ର ମାନେ ଆବୃତ୍ତି କରିଥିଲେ।ଶେଷରେ ଶିକ୍ଷୟିତ୍ରୀ ପ୍ରୀତିରଶ୍ମୀ ସେଠ୍ ଧନ୍ୟବାଦ ଅର୍ପଣ କରିଥିଲେ ।ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏହି ସଭାରେ ଯୋଗଦେଇ ସଭାର ସଫଳ ଆୟୋଜନ ନିମନ୍ତେ ସହଯୋଗ କରିଥିଲେ ।

error: Content is protected !!