ପଦ୍ମପୁର-ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟ ରେ ୭୮ ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି । ମୁଖ୍ଯ ଅତିଥି ଭାବେ ବିଦ୍ୟାଳୟ ର ପୁରାତନ ପ୍ରଧାନ ଶିକ୍ଷକ ଶ୍ରୀମତୀ ଲୋଭାଦିନୀ ସାହୁ ,ସମ୍ମାନିତ ଅତିଥି ଭାବେ ମୋ ସ୍କୁଲ ଅଭିଯାନ ସଭାପତି ଶ୍ରୀ ଚନ୍ଦ୍ରଭାନୁ ପଧାନ,ବିଦ୍ୟାଳୟ ର ପୂର୍ବତନ ଶିକ୍ଷକ ଗଣ ଯଥାକ୍ରମେ ଶ୍ରୀଯୁକ୍ତ କାର୍ତ୍ତିକ ଦାଶ,ଶ୍ରୀ ଗଙ୍ଗାଧର ମହାନ୍ତି, ଶ୍ରୀଯୁକ୍ତ ପ୍ରଶାନ୍ତ ସାହୁ ପ୍ରମୁଖ ଏବଂ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀଯୁକ୍ତ ସୁଶାନ୍ତ ସାହୁ ଯୋଗ ଦେଇଥିଲେ ।ସର୍ବପ୍ରଥମେ ପ୍ରକୃତି କବି ଗଙ୍ଗାଧର ମେହେର ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା ।ତତ୍ପରେ ଧାର୍ଯ୍ୟ ସମୟ ମୁତାବକ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଅଭିଳାଷ ସାହୁ ଙ୍କ ଦ୍ବାରା ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା ।
ଦେଶର ବରପୁତ୍ର ମାନଙ୍କ ବଳିଦାନ କୁ ଆମେ ଯେପରି ପାସୋରି ନ ଯାଇ ଆମ ଭାରତକୁ ବିକଶିତ ଭାରତ ରେ କେମିତି ପରିଣତ କରିପାରିବା,ଏବଂ ଦେଶ ମାତୃକା ର ସେବା ନିମିତ୍ତ କିପରି ଭାବେ ଯତ୍ନବାନ୍ ହେବା,ଏଭଳି ଉତ୍ସାହ ମୂଳକ ଅଭିଭାଷଣ ପ୍ରଦାନ କରିଥିଲେ ପ୍ରଧାନ ଶିକ୍ଷକ ।୨୦୨୩-୨୪ ଦଶମ ଶ୍ରେଣୀରେ ଭଲମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ହୋଇଥିବା ତିନିଜଣ ଛାତ୍ର ଙ୍କୁ ପ୍ରୋତ୍ସାହନ ରାଶି ଶ୍ରୀମତି ଲୋଭାଦିନୀ ସାହୁ ପ୍ରଦାନ କରିଥିଲେ।