Saturday, November 23, 2024
spot_imgspot_imgspot_img
Homeରାଜ୍ୟରାଜପଥ କଡ ଡ୍ରେନ୍ ନିର୍ମାଣ କାର୍ଯ୍ୟ ଅବହେଳାକୁ ନେଇ ଚେତାବନୀ ।

ରାଜପଥ କଡ ଡ୍ରେନ୍ ନିର୍ମାଣ କାର୍ଯ୍ୟ ଅବହେଳାକୁ ନେଇ ଚେତାବନୀ ।

ବରପାଲି-ବରପାଲି ବିଜ୍ଞାପିତ ଅଞ୍ଚଳ ପରିଷଦ ଅର୍ନ୍ତଗତ ଚମାରପଡା ଛକ ନାଳ କଲଭର୍ଟ ନିର୍ମାଣକାମରେ ଘୋର ଅବହେଳିତ ଭାବେ ପଡିରହିଛି। କଲଭର୍ଟ କାର୍ଯ୍ଯ ଅଧପନ୍ତରିଆ ଭାବରେ ପଡିରହିଥିବାରୁ ଅଞ୍ଚଳବାସୀ ବହୁ ଅସୁବିଧା ଭୋଗ କରିବାକୁ ବାଧ୍ୟ ହେଉଛନ୍ତି। ସମସ୍ଯା ଭୋଗୁଥିବା ବାସିନ୍ଦା ମାନେ ବାରମ୍ବାର ପ୍ରସାସନର ଦୃଷ୍ଟିକୁ ଆଣିଥିଲେ ମଧ୍ୟ ଆଜି ପର୍ଯ୍ଯନ୍ତ କୌଣଷି ସୂଧାର ହୋଇପାରିଲାନାହିଁ। ବରଗଡରୁ ବଲାଙ୍ଗିର ଯାଉଥିବା ୨୬ନମ୍ବର ଚାରି ଥାକିଆ ରାସ୍ତାର ନିର୍ମାଣ କାମ ମନ୍ଥର ଗତିରେ ଆଗେଇଚାଲିଛି। ହେଲେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସେହିପରି ବିଭିନ୍ନ ସମୟରେ ଛୋଟବଡ଼ ଦୁର୍ଘଟଣାର ଶିକାର ହୋଇ ଡାକ୍ତରଖାନାର ଦ୍ବାରସ୍ଥ ହେଉଛନ୍ତି। ସୋମବାର ଶିବାଜୀ କ୍ଲବର ଏକ ପ୍ରତିନିଧିଦଳ ସ୍ଥାନିୟ ତହସିଲଦାରଙ୍କୁ ସାକ୍ଷାତ ମାଧ୍ୟମରେ ଏକ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ। ସିନେମା ହଲ୍ ଠାରୁ ଶିବାଜୀ କ୍ଲବ ରାସ୍ତାର ପାର୍ଶ୍ବ ଡ୍ରେନ୍ ଖୋଳାଯିବାର ଏକ ମାସରୁ ଉର୍ଦ୍ଧ୍ବ ହେଲାଣି। ସିନେମାହଲ ପାର୍ଶ୍ବରୁ ବସ୍ତି ଭିତରକୁ ଆସିବାକୁ ହେଲେ ଉକ୍ତ କଲଭର୍ଟ ପାର ଲୋକଙ୍କ ଯାତାୟତ ହୋଇଥାଏ। ବର୍ତ୍ତମାନ ଡ୍ରେନ୍ ଖୋଳା ହୋଇ ଅର୍ଧନିର୍ମିତ ଭାବେ ପଡିରହିଥିବା ଯୋଗୁ ସ୍ଥାନିୟ ଲୋକେ ଅନ୍ୟ ଦୁରରାସ୍ତା ବୁଲି ମୂଖ୍ୟ ରାସ୍ତାରେ ପହଞ୍ଚିଥାନ୍ତି।

ମାସ ମାସ ହେବ ଅସମ୍ପୁର୍ଣ୍ଣ ରୂପେ ଡ୍ରେନ୍ ଖୋଳା ହୋଇ ପକାଇ ରଖାଯାଇଛି। ସମସ୍ଯାର ଗତିଭିତିରେ ଅତିଷ୍ଟ ହୋଇ ଶିବାଜୀ କ୍ଲବ ପ୍ରତିନିଧିଦଳ ତୁରନ୍ତ ଡ୍ରେନ୍ ନିର୍ମାଣକାମ ଯୁଦ୍ଧକାଳିନ ଭ୍ରାବରେ ସଂପୂର୍ଣ୍ଣ କରିବାକୁ ଦାବି ଉଠାଇଥିଲେ। ଆଗାମି ଦିନରେ ନିର୍ମାଣକାର୍ଯ୍ଯରେ ପ୍ରସାସନିକ ଦୁର୍ବଳତା ପଦର୍ଶନ କଲେ ଆଇନ୍ କୁ ହାତକୁ ନେବାକୁ ବାଧ୍ୟ ହେବୁ ଏବଂ ଅସଂପୂର୍ଣ୍ଣ ରହିଥିବା ଡ୍ରେନ କଲଭର୍ଟକୁ ମାଟି ପକାଇ ରାସ୍ତାକୁ ସମତଳ କରି ସାଧାରଣଙ୍କ ଗମନାଗମନ ସୁବିଧା କରିବୁ ବୋଲି ଚେତାବନୀ ଦେଇଥିଲେ। ପ୍ରତିନିଧି ଦଳରେ ଶିବାଜୀ କ୍ଲବ ସଭାପତି ବିଜୁ ମେହେର, ଗୋବିନ୍ଦା ମେହେର, ଆକାଶ ମେହେର,ଶୁଭମ୍ ମେହେର,ବିଜେ ମେହେର, ଶିବ ମେହେର,ଧର୍ମରାଜ ସିଂ ବରିହା ପ୍ରମୁଖ ରହିଥିଲେ।

error: Content is protected !!