Friday, November 22, 2024
spot_imgspot_imgspot_img

-ରକ୍ଷା ବନ୍ଧନ-

ରକ୍ଷା ବନ୍ଧନ ଏକ ଲୋକପ୍ରିୟ ହିନ୍ଦୁ ପର୍ବ ଯାହା ଭାଇ ଓ ଭଉଣୀଙ୍କ ମଧ୍ଯରେ ସ୍ନେହ , ପ୍ରେମ ଏବଂ ସୁରକ୍ଷାର ମହତ୍ୱକୁ ଦର୍ଶାଇ ଥାଏ | ଏହା ଶ୍ରାବଣ ମାସର ପୁର୍ଣିମା ତିଥିରେ ପାଳନ କରାଯାଏ | ରକ୍ଷା ବନ୍ଧନ କବଳ ରିତୀ ନିତୀ ନୁହେଁ ଏହା ସ୍ଥାୟୀ ବନ୍ଧନର ଏକ ଉତ୍ସବ ଯାହା ପରିବାର ଏବଂ ସମାଜର ମୂଳଦୁଆ ସ୍ରୁଷ୍ଟି କରେ | ଏହା ଆମକୁ ସମ୍ମାନ ଏଵଂ ସଂରକ୍ଷଣ ର ମୂଲ୍ଯବୋଧକୁ ମନେ ପକାଇଥାଏ ଯାହା ମାନବିକ ସମ୍ପର୍କର କେନ୍ଦ୍ର ଅଟେ | ରକ୍ଷା ବନ୍ଧନ ଏକତା ମଧ୍ଯରେ ମିଳୁଥିବା ଶକ୍ତି ଏବଂ ଭାଇଭଉଣୀମାନଙ୍କ ମଧ୍ଯରେ ପ୍ରେମ ଏବଂ ସୁରକ୍ଷାର ଚିରସ୍ଥାୟୀ ଶକ୍ତି ଅଟେ |

ଆଜିର ଦୁନିଆଁରେ ରାଖୀ ପାରିବାରିକ ବନ୍ଧନ ର ଏକ ଗୁରୁତ୍ୱପୂର୍ଣ ଉତ୍ସବ ହୋଇ ରହି ଆସିଛି | କିନ୍ତୁ ଏହା ସର୍ବଭାରତୀୟ ଭାଈଚାରା ଏଵଂ ପ୍ରେମର ପ୍ରତୀକ ପୀଲଟିଛି | ବିଭିନ୍ନ ପୂରାଣ କାହାଣୀରେ ମଧ୍ଯ ଏହାର ମୂଳ ରହିଛି | ଏହା କେବଳ ପର୍ବର ମହତ୍ୱ କୁ ସୁଚିତ କରେ ନାହିଁ ଵରଂ ଶତାବ୍ଦୀଧରି ହିନାଦୁ ପରମ୍ପରା ରେ ସମ୍ମାନିତ ହୋଇ ଆସୁଥିବା ସୁରକ୍ଷା ଓ କର୍ତବ୍ଯର ମୂଲ୍ଯବୋଧକୁ ପ୍ରତିଫଳିତ କରେ | ରକ୍ଷା ବନ୍ଧନ ଆମକୁ ଶିକ୍ଷା ଦିଏ ଯେ ରକ୍ତ ଦ୍ୱାରା ହେଉ କିମ୍ବା ଆଧ୍ଯତ୍ମିକ ସଂଯୋଗ ଦ୍ବାରା ଭାଈ ଭଉଣୀଙ୍କ ସମ୍ପର୍କ କୁ ସମ୍ମାନ କରିବା ଉଚିତ | ଏହା ଆମକୁ ଅବିସ୍ମରଣୀୟ ମୂଲ୍ଯବୋଧ କୁ ମନେପକେଇବାରେ ଲାଗିଛି , ଯାହା ପିଢ଼ି ପରେ ପିଢ଼ି ମଧ୍ଯ ରହିଆସିଛି |

ଶ୍ରୀମତି ତାରିଣି ବହିଦାର,ପଦ୍ମପୁର

error: Content is protected !!