ପଦ୍ମପୁର– ପଦ୍ମପୁର ମହିଳା ଜୁନିୟର କଲେଜ ପରିସର ମଧ୍ୟରେ ଯୌନ ନିର୍ଯାତନା ନିୟମ ୨୦୧୩ ସମ୍ବନ୍ଧିତ ଏକ କର୍ମଶାଳା ବ୍ଲକ ଶିକ୍ଷା ଅଧିକାରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟାଳୟରେ, ଶିକ୍ଷା ଅନୁଷ୍ଠାନରେ ନାରୀ କିପରି ଯୌନ ନିର୍ଯାତନାର ଶିକାର ନ ହୋଇ ସୁରକ୍ଷିତ ରହିବ ଏହା ଉପରେ ବ୍ୟାପକ ଆଲୋଚନା ହେବା ସହ ଆଭ୍ୟନ୍ତରୀଣ ଅଭିଯୋଗ ପରିଷଦ ଗଠନ ଉପରେ ଗୁରୁତ୍ଵ ପ୍ରଦାନ କରାଯାଇଥିଲା।

ଏହି କର୍ମଶାଳାରେ ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀ ମନୋଜ କୁମାର ଦେବତା,ପଦମପୁର ଥାନା ଅଧିକାରୀ ଶ୍ରୀମତୀ ମମତା ନାଏକ, ଅତିରିକ୍ତ ତହସିଲଦାର ମାମି ମହାନନ୍ଦ ,ଡବ୍ଲୁ.ଇ.ଓ ଦୀପକ ବାରିକ, ସି.ଡ଼ି.ପି.ଓ ଗୋଲି ରାଉତ, ଅଧ୍ୟକ୍ଷା ପଦ୍ମିନୀ ଦାସ, ସାଧନକର୍ମୀ ରାଜେଶ ଖମାରୀ , ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ,

ଏ.ବି.ଇ.ଓ ରାମସିଂ ଭୋଇ, ସମସ୍ତ ବିଦ୍ୟାଳୟ ଓ କଲେଜର ପ୍ରଧାନଶିକ୍ଷକ ଓ ଅଧ୍ୟକ୍ଷ ଉପସ୍ଥିତ ରହି ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ସି.ଆର.ସି.ସି ସୁରେଶ ଚୌହାନ କର୍ମଶାଳାରେ ବିଶେଷ ସହାୟତା କରିଥିଲେ। ଶେଷରେ ଅଧ୍ୟାପିକା ମମତା ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।



