ପଦ୍ମପୁର – ମୌସୁମୀ ଅଧିବେଶନ ଚାଲିଥିବା ବେଳେ ନିଜ ଅଞ୍ଚଳର ସମସ୍ୟା କୁ ନେଇ ଗୃହରେ ବିଭାଗୀୟ ମନ୍ତ୍ରୀ ଙ୍କୁ ପ୍ରଶ୍ନ କରିଛନ୍ତି ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ।
ନିଜ ନିର୍ବାଚନ ମଣ୍ଡଳୀ ରେ ପାନୀୟ ଜଳ ସମସ୍ୟାର ସମାଧାନ, କର୍ମ ନିଯୁକ୍ତି କାର୍ଯ୍ୟାଳୟ କୁ ପଦ୍ମପୁର ରେ କାର୍ଯ୍ୟକ୍ଷମ କରିବା ନେଇ ପ୍ରଶ୍ନ କରିଥିଲେ। ଆହୁରି ମଧ୍ୟ ପାଇକମାଲ ବ୍ଳକ୍ ଅନ୍ତର୍ଗତ ମାଣ୍ଡିଆଢିପା ରେ ପ୍ରସ୍ତାବିତ ନଦୀଗର୍ଭ ଜଳାଶୟ ପ୍ରକଳ୍ପ ର ସ୍ଥିତାବସ୍ଥା ସମ୍ପର୍କରେ ପ୍ରଶ୍ନ ଉଠାଇଥିଲେ।