ପଦ୍ମପୁର – ମେଲଛାମୁଣ୍ଡା ପୋଲିସକୁ ବଡ ସଫଳତା । ମାଟି ଖୋଲୁ ଖୋଲୁ ମହାଦେବ ଠାବ ହେଲା ଭଲିଆ ଘଟଣା ଦେଖିବାକୁ ମିଲିଛି ପଦ୍ମପୁର ଉପଖଣ୍ଡ ମେଲଛାମୁଣ୍ଡା ଥାନାରେ । ମିଲିଥିବା ସୂଚନା ଅନୁସାରେ ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ବଡମାଲ ଗାଁ ର ଟେକରାଜ ସାହୁ ତାଙ୍କ ବଜାଜ ସିଟି ୧୦୦ ବାଇକ ଘେଁସ ଠାରୁ ଚୋରି ହୋଇଥିବା ଗତ ୨୬ ତାରିଖ ଦିନ ଲିଖିତ ଅଭଗେଯାଗ କରିଥିଲେ । ତାଙ୍କ ଅଭିଯୋଗ ଆଧାରରେ ମେଲଛାମୁଣ୍ଡା ଥାନା ଅଧିକାରୀ ସୁଚିସ୍ମିତା ମହାନ୍ତିଙ୍କ ତତ୍ୱାବଧାନରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା ।

ତଦନ୍ତରୁ ଦଶ ଗୋଟି ଚୋରି ବାଇକ ସହ ଚୋରିରେ ସମ୍ପୃକ୍ତ ପାଂଚ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା । ଅଭିଯୁକ୍ତ ମାନେ ହେଲେ ମେଲଛାମୁଣ୍ଡା ଥାନା ଅନ୍ତର୍ଗତ କୁଚିପାଲି ଗାଁର ବିଶ୍ୱଜିତ ସାହୁ, ଗିରିଶ ଭୁଏ, ବନ୍ଧପାଲି ଗାଁର ଦୁଃଖନାଶନ ବିଶି ଓ ଶାନ୍ତ ତାଣ୍ଡି ଏବଂ ବିଜେପୁର ଥାନା ଅନ୍ତର୍ଗତ ମାନପୁର ଗାଁର ରାହୁଲ ପ୍ରଧାନ । ସେମାନଙ୍କ ପାଖରୁ ଦଶ ଗୋଟି ଚୋରି ବାଇକ ପୋଲିସ ଜବତ କରିଛି ।

ବିଶ୍ୱଜିତ ସାହୁ ପୂର୍ବରୁ ସାତ ଗୋଟି ମାମଲା, ଗିରିଶ ଭୁଏ ତିନିଗୋଟି ମାମଲା ଏବଂ ଦୁଃଖନାଶନ ବିଶି ତିନି ଗୋଟି ମାମଲାରେ ସମ୍ପୃକ୍ତ ରହିଥିବା ପୋଲିସ ସୂଚନା ଦେଇଛି । ଏହି ପାଂଚଜଣ ଅଭିଯୁକ୍ତଙ୍କୁ ମେଲଚାମୁଣ୍ଡା ଥାନା କେଶ ନମ୍ବର ୨୦୬ ଅଧାରରେ କୋର୍ଟ ଚାଲାଣ କରାଯାଇଥିବା ପଦ୍ମପୁର ଉପକଣ୍ଡ ପୋଲିସ ଅଧିକାରୀ ବିଭୁତି ଭୁଷଣ ଭୋଇ ସୂଚନା ଦେଇଛନ୍ତି ।

