Wednesday, April 30, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିମେଲଚ୍ଛାମୁଣ୍ଡା କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ।

ମେଲଚ୍ଛାମୁଣ୍ଡା କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ।

ପଦ୍ମପୁର – ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଟାଲ ଠାରେ ମେଲଚ୍ଛାମୁଣ୍ଡା କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଭାରପ୍ରାପ୍ତ ପ୍ରଧାନଶିକ୍ଷୟତ୍ରୀ ଶ୍ରୀମତୀ କନକ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଗାଇସିଲେଟ ବ୍ଲକ ଏବିଇଓ ଶ୍ରୀଯୁକ୍ତ ଜୟକୁମାର ସାହୁ ସମ୍ମାନିତ ଅତିଥି ଭାବରେ ସିଆରସିସି ଶ୍ରୀଯୁକ୍ତ ସଂଜୀବ କୁମାର ବାରିକ, ମଧୁ ସୁଦନ ହୋତା, ବିଜୟ କୁମାର ସାହୁ, ମୁଖ୍ୟ ବକ୍ତା ଭାବରେ ଶ୍ରୀମାନ ବସନ୍ତ କୁମାର ପଧାନ ଏବଂ ବିଦ୍ୟାଳୟ ପରିଚାଲନା କମିଟିର ସଭାପତି ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ମହାନନ୍ଦ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ l

ଶ୍ରୀଯୁକ୍ତ ନରେନ୍ଦ୍ର ଜାଲ ମଞ୍ଚ ପରିଚାଳନା କରିଥିଲେ l କୁନି କୁନି ଛାତ୍ର/ଛାତ୍ରୀ ମାନଙ୍କ ଦ୍ଵାରା ନୃତ୍ୟ, ଗୀତ, କୁଇଚ ପ୍ରତିଯୋଗିତା ହୋଇଥିଲା l ଏହି କାର୍ଯ୍ୟକ୍ରମ ଦ୍ଵାରା ଛାତ୍ରଛାତ୍ରୀ ମାନଙ୍କ ଅନ୍ତର୍ନିହିତ ଗୁଣାବଳିର ବିକାଶ ହେବା ସଙ୍ଗେ ସଙ୍ଗେ ନିଜ ଭିତରେ ଥିବା ପ୍ରତିଭା ପ୍ରସ୍ପୁଟିତ ହେବ l

error: Content is protected !!