ବରପାଲି-ତରଭା ବ୍ଲକ ମେଣ୍ଡା ଆଦିବାସୀ ଓ ହରିଜନ ଉନ୍ନୟନ ବିଭାଗ ପରିଚାଳିତ ଆଶ୍ରମ ବିଦ୍ୟାଳୟ ପ୍ରଧାନଶିକ୍ଷକ ତେଜରାଜ ମେହେରଙ୍କ ସଭାପତିତ୍ୱରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସମ୍ମାନିତ ଅତିଥି ଭାବେ ସିଆର୍ସିସି ହରିଶ୍ଚନ୍ଦ୍ରସା, ବିଦ୍ୟାଳୟ ପରିଚାଳନା କମିଟି ଅଧ୍ଯକ୍ଷ କାମଦେବ ଦୀପ ଓ ମୁଖ୍ୟବକ୍ତା ଭାବେ ରାଣୀସରଡ଼ା ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରାଧେଶ୍ୟାମ କୁଅଁର ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଅନେକ ଶିକ୍ଷଣୀୟ ଉପଦେଶ ଦେଇଥିଲେ । ପୁର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା । ରାଜୀବ ପ୍ରଧାନ ଓ ଲୋପାମୁଦ୍ରା ଦାସ ସଭା ପରିଚାଳନା କରିଥିଲେ ।
![](https://jagrataprahari.com/wp-content/uploads/2024/11/IMG-20241105-WA0259-1024x512.jpg)
ପରେ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ବିଭିନ୍ନ ଶୈଳିର ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ ହୋଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମକୁ ସୁନୀତି କର୍ମୀ ଓ ପ୍ରିୟଙ୍କା ପ୍ରିୟଦର୍ଶିନୀ ସୁନା ପରିଚାଳନା କରିଥିବା ବେଳେ ସ୍ନେହୁଲତା ସେଠୀ, ଭାଗ୍ୟବତୀ ବାରିକ, ସାବିତ୍ରୀ ଧରୁଆ, ଜିତେନ୍ଦ୍ର ଧରୁଆ, ସୁଷମା ମହାକୁରଙ୍କ ସମେତ ସମସ୍ତ କର୍ମଚାରୀ ସହ କମିଟି ସଦସ୍ୟ, ସଦସ୍ୟା ମାନେ ସହଯୋଗ କରିଥିଲେ। ଅବସରରେ ଶିକ୍ଷକ ଶୁକଦେବ ପ୍ରଧାନଙ୍କୁ ବିଦାୟୀକାଳୀନ ସମ୍ବଦ୍ଧନା ମାନପତ୍ର ଓ ଉତ୍ତରିୟ ପ୍ରଦାନ ମାଧ୍ୟମରେ ସମ୍ବର୍ଦ୍ଧିତ କରାଯାଇଥିଲା ।
![](https://jagrataprahari.com/wp-content/uploads/2024/10/Ashish-Bansal-8x3-copy-1024x384.jpg)
![](https://jagrataprahari.com/wp-content/uploads/2024/12/20241211_222518-1024x695.jpg)