ବରପାଲି-ବରପାଲି ବ୍ଲକ ମୁନୁପାଲି ଗ୍ରାମରେ ବଜ୍ରାଘାତ ପ୍ରଭାବରେ ୧୫ଜଣ ପ୍ରଭାବିତ ହୋଇଥିବା ବେଳେ ୪ଜଣ ଗୁରୁତରଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନାନୁଯାୟୀ ଶନିବାର ଅପରାହ୍ନରେ ସ୍ଥାନିୟ ମୁନୁବନ୍ଧ ଆଡି ଉପରେ ଗ୍ରାମର କୃଷି ଭିତ୍ତିକ ଉତ୍ସବ ପାଳିତ ହେଉଥିଲା। ଦେବୀ ପୂଜକ ଝାଙ୍କର ପୂଜାର୍ଚ୍ଚନା କରୁଥିବା ବେଳେ ଅଚାନକ ପବନ ବହିବା ସହ ଘଡଘଡି ଓ ବିଜୁଳୀ ପ୍ରଭାବ ହୋଇ ବର୍ଷା ହୋଇଥିଲା। ପୂଜା ଚାଲୁଥିବା ବେଳେ ପୂଜାସ୍ଥଳ ନିକଟରେ ବିଜୁଳୀ ଆଲୋକ ସହିତ ବଜ୍ରାଘାତ ହୋଇଥିଲା। ପରେ ପ୍ରାଣ ବିକଳରେ ଭକ୍ତ ମାନେ ଏଣେତେଣେ ପଳାୟନ କରିଥିବା ବେଳେ ପିଡିତା ମାନେ ଘଟଣାସ୍ଥଳରେ ପଡିରହି ଜୋରରେ ପାଟି କରିଥିଲେ।

ପରେ ଖବର ପାଇ ଗ୍ରାମବାସି ମାନେ ଘଟଣାସ୍ଥଳରେ ପହଞ୍ଚି ପିଡିତା ମାନଙ୍କୁ ଉଦ୍ଧାର ସହ ସ୍ଥାନିୟ ଡାକ୍ତରଖାନାକୁ ଆଣିଥିଲେ। ସ୍ବାସ୍ଥ୍ଯକର୍ମି ମାନେ ସାମାନ୍ଯ ଆହାତ ମାନଙ୍କୁ ପ୍ରାଥମିକ ଚିକିତ୍ସା କରିବା ସହ ଗୁରୁତର ୪ଜଣ କୃଷ୍ଣଚନ୍ର୍ଦ ଶିକା (୪୦),ବିଜୟ ସିଦ୍ଧାର(୨୧),ସୁଧାଶୁଂ ସିକା(୨୭) ଓ ଅନିଲ କୁମ୍ଭାରଙ୍କ ସ୍ଥିତିକୁ ଦେଖି ଡାକ୍ତରଖାନା ଭର୍ତ୍ତି କରି ଚିକିତ୍ସା ସେବା ଆରମ୍ଭ କରିଥିଲେ। ଡାକ୍ତର ବିଜୟ ସାହୁଙ୍କ କହିବାକଥା ପିଡିତା ମାନେ ବର୍ତ୍ତମାନ ସ୍ଥିତିରେ ସୁସ୍ଥ ଅଛନ୍ତି ସେପରି କୌଣଷି ଚିନ୍ତାର କାରଣ ନାହିଁ ବୋଲି କହିଥିଲେ।

ଅନ୍ଯ ପିଡିତା ମାନଙ୍କ ମଧ୍ଯରେ ସରୋଜ ରାଏ-୨୪,ଅନନ୍ତ ରାଏ-୨୨,ସୁବୋଧ ରାଏ‐୨୧,ସୁରେଶ ରାଏ‐୩୫,ସୁନତ ସିକା‐୨୪,ଲଲିତ ଭୁଏ‐୭୫,ପ୍ରମୋଦ ଭୁଏ‐୨୭,ଆନନ୍ଦ କୁମ୍ଭାର‐୨୦ ପ୍ରମୁଖ ଆହାତ ହୋଇଛନ୍ତି। ଘଟଣାକୁ ନେଇ ଅଞ୍ଚଳରେ ଏକ କୋକୁଆ ଭୟ ସୃଷ୍ଟି ହେବା ସହ ଏକ ଭୟାତୁର ପରିବେଶ ସୃଷ୍ଟି ହୋଇଛି। ପରେ ଖବରପାଇ ରାଜସ୍ବବିଭାଗ କର୍ମଚାରୀ ମାନେ ପିଡିତା ମାନଙ୍କ ହାଲଚାଲ ପଚାରି ବୁଝିଥିଲେ।


