ବରଗଡ – ବରଗଡ ଜର୍ଜ ହାଇସ୍କୁଲ ପଡିଆ ଠାରେ ବିଜୁ ଜନତା ଦଳର ନିର୍ବାଚନ ସଭା ଅନୁଷ୍ଠିତ ହୋଇଥିଲା। ସଭାରେ ବରଗଡ ସଂସଦୀୟ କ୍ଷେତ୍ରର ବିଧାୟକ ଏବଂ ବିଧାୟିକା ଓ ସାଂସଦ ପ୍ରାର୍ଥୀନୀ ପରଣିତା ମିଶ୍ର ଉପସ୍ଥିତ ଥିଲେ ଏବଂ ନିଜ ନିଜ ଅଭିଭାଷଣ ରଖିଥିଲେ । ଶେଷରେ ମୁଖ୍ୟମନ୍ତ୍ରୀ ନିଜେ ନିଜ ଅଭିଭାଷଣ ରେ ସମସ୍ତ ବିଧାୟକ ବିଧାୟିକା ଏବଂ ସାଂସଦ ପ୍ରାର୍ଥୀନୀ ଙ୍କ ପାଇଁ ଜନସାଧାରଣ ଙ୍କୁ ବିଜେଡି କୁ ଭୋଟ ଦେବା ପାଇଁ ଅନୁରୋଧ କରିଥିଲେ। ଫାଇପ ଟି ଅଧକ୍ଷ୍ୟ ଭି.କେ କାର୍ତ୍ତିକ ପାଣ୍ଡିଆନ ବିଜେପି ସରକାରଙ୍କ ଉପରେ କଡା ସମାଲୋଚନା ଥିଲେ। ଏହି ସଭାରେ ବିଜେପୁର ନିର୍ବାଚନ ମଣ୍ଡଳୀର ଟାଣୁଆ ନେତା ଡ଼ା. ସୁଶୀଲ ଶର୍ମା ବିଜେପି ଦଳ ଛାଡି ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ବିଦ୍ଧିବଧ ଭାବରେ ବିଜେଡିରେ ଯୋଗ ଦେଇଥିଲେ ତାଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ପୁଷ୍ପମାଲ୍ୟ ଏବଂ ଉପଢ଼ୋକନ ଦେଇ ସ୍ୱାଗତ କରିଥିଲେ।