Saturday, November 23, 2024
spot_imgspot_imgspot_img
Homeରାଜନୀତିମୁଁ ଥିବା ପର୍ଯନ୍ତ ପଦ୍ମପୁରର କାହାକୁ ମଧ୍ଯ ବିସ୍ଥାପିତ ହେବାକୁ ଦେବି ନାହିଁ - ବର୍ଷା...

ମୁଁ ଥିବା ପର୍ଯନ୍ତ ପଦ୍ମପୁରର କାହାକୁ ମଧ୍ଯ ବିସ୍ଥାପିତ ହେବାକୁ ଦେବି ନାହିଁ – ବର୍ଷା ।

ଗୋବର୍ଦ୍ଧନଙ୍କ ଉପରେ ଚିଡିଛନ୍ତି ବୁଡି ଅଂଚଳର ଜନସାଧାରଣ।

ପଦ୍ମପୁର – ସାଧାରଣ ନିର୍ବାଚନ ପାଇଁ ଆସନ୍ତା ସୋମବାର ହେବ ଭୋଟ ଗ୍ରହଣ । ଶନିବାର ସନ୍ଧ୍ୟା ସମୟରେ ସରିବ ପ୍ରଚାର କାର୍ଯ୍ଯ । ହାତରେ ମାତ୍ର ଦୁଇ ଦିନ ରହିଥିବାରୁ ରାଜନୈତିକ ଦଳ ମାନେ ନିଜ ନିଜ ପ୍ରଚାର ରେ ଖୁବ ଜୋରରେ ମାତି ଥିବା ବେଳେ , ବିଭିନ୍ନ ସ୍ଥାନରେ ପ୍ରାର୍ଥୀ ମାନଙ୍କ ଦ୍ୱାରା ସଭା ସମିତି ମାନ କରାଯାଉଛି । ଆଜି ପାଇକମାଲ ବ୍ଲକ ଧୂମାଭଟା ଠାରେ ବିଜୁ ଜନତା ଦଳର ଏକ ବିରାଟ ନିର୍ବାଚନୀ ସଭାରେ , ସରେଇକେଲା , ଚର୍ଦାପାଲି, ଲଖମରା , ବାଦିକଣ୍ଟା , ବୁକୁରାମୁଣ୍ଡା ଗ୍ରାମ ପଞ୍ଚାୟତ ର ୪୦୦୦ ରୁ ଉର୍ଦ୍ଧ୍ବ ଲୋକ ସାମିଲ ହୋଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏହି ସଭାକୁ ବିଜେଡି ସମ୍ପାଦକ ରାଜୁ ଘିବେଳା , ବରଗଡ ଲୋକସଭା ପାଇଁ ବିଜୁ ଜନତା ଦଳର ପ୍ରାର୍ଥୀନୀ ଶ୍ରୀମତୀ ପରିଣିତା ମିଶ୍ରଙ୍କ ସ୍ୱାମୀ ଶ୍ରୀ ସୁଶାନ୍ତ ମିଶ୍ର , ଅବଜର୍ଭର ସ୍ମିତାରାଣୀ ସ୍ୱାଇଁ , ପଶ୍ଚିମ ଓଡିଶା ବିକାଶ ପରିଷଦ ଏକ୍ସପର୍ଟ ମେମ୍ବର ଶ୍ରୀ ନାରାୟଣ ସାହୁ , ପାଇକମାଲ ବ୍ଲକ ସଭାପତି ଶ୍ରୀ ରାଜେନ୍ଦ୍ର ରାଉତ , ହୃଦାନନ୍ଦ ବାରିକ , ପ୍ରମୁଖ ରାଜ୍ୟ ସରକାରଙ୍କ ବିଭିନ୍ନ ପରୋପକାରୀ ଉନ୍ନୟନ ମୂଳକ ଯୋଜନା ଓ ବିଗତ ଦିନରେ ଅଞ୍ଚଳ ରେ ହୋଇଥିବା କାମ ବାବଦରେ ଲୋକଙ୍କୁ ବୁଝେଇବା ସହିତ କାମ ଦେଖି ତଥା ଜୁମଲା ବାଜି ଉପରେ ବିଶ୍ୱାସ ନ କରି ଭୋଟ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ , ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା ଓ ଲୋକସଭା ପ୍ରାର୍ଥୀନୀ ଶ୍ରୀମତୀ ପରିଣିତା ମିଶ୍ରଙ୍କୁ ଭୋଟ ଦେଇ ଆଶୀର୍ବାଦ କରିବା ପାଇଁ ଅନୁରୋଧ କରିଥିଲେ ।

ଏଠାରେ ସୂଚନାଯୋଗ୍ୟ ଯେ ପ୍ରସ୍ତାବିତ ଚିରୋଲି ନଦୀବନ୍ଧ ପ୍ରକଳ୍ପ କୁ କାର୍ଯ୍ଯକାରୀ କରେଇବା ପାଇଁ ବର୍ତ୍ତମାନର ବିଜେପି ବିଧାୟକ ପ୍ରାର୍ଥୀ ଗୋବର୍ଦ୍ଧନ ଭୁଏ ବିଗତ ଦିନରେ ତୀବ୍ର ଆନ୍ଦୋଳନ କରିଥିଲେ । ଏହି ପ୍ରକଳ୍ପ କାର୍ଯ୍ଯକାରୀ ହେଲେ ଏହି ଅଂଚଳ ର ପ୍ରାୟ ୩୦ ଗୋଟି ଗ୍ରାମ ସମ୍ପୂର୍ଣ୍ଣ ଭାବରେ ବୁଡିଯିବ । ଏଣୁ ବର୍ତମାନ ଏହି ଅଞ୍ଚଳ ବାସୀ ଗୋବର୍ଦ୍ଧନ ଙ୍କୁ ତୀବ୍ର ବିରୋଧ କରୁଛନ୍ତି । ଆଜି ନିଜ ଅଭିଭାଷଣ ରେ ବର୍ଷା , ଏହି ଅଂଚଳ ବାସୀ ଙ୍କୁ ନିର୍ଭର ପ୍ରତିଶୃତି ଦେଇ କହିଥିଲେ ଯେ ସେ ଥିବା ପର୍ଯ୍ଯନ୍ତ ଏହି ଅଞ୍ଚଳ ର ଏଜ ଇଞ୍ଚ ଜମି କୁ ବୁଡିବା ପାଇଁ ଦେବେ ନାହିଁ । ରାଜ୍ୟ ସରକାର ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଯୋଜନା ମୁତାବକ ଛୋଟ ଛୋଟ ଚେକ୍ ଡେମ କରି ଚାଷୀ ଙ୍କୁ ଚାଷ କାମ ପାଇଁ ଜଳ ଯୋଗେଇ ଦିଆଯିବ ବୋଲି ବର୍ଷା ଙ୍କ ମୁହଁରୁ ଶୁଣିବା ମାତ୍ରେ ଲୋକଙ୍କ କରତାଲିରେ ସଭାସ୍ଥଳ ପ୍ରକମ୍ପିତ ହୋଇ ଉଠିଥିଲା । ଏଠାରେ ସୂଚନାଯୋଗ୍ୟ ଯେ ପ୍ରଚାର ର ଶେଷ ପର୍ଯ୍ଯାୟରେ ବର୍ଷା ଙ୍କ ବିଗତ ଦିନର ପରିଶ୍ରମ ତାଙ୍କ ବିଜୟ କୁ ଏକ ପ୍ରକାର ସୁନିଶ୍ଚିତ କରୁଥିବା ବେଳେ ବର୍ତମାନ ତୃଣମୂଳ ସ୍ତରରେ ଦ୍ଵିତୀୟ ସ୍ଥାନ ପାଇଁ କଂଗ୍ରେସ ଓ ବିଜେପି ମଧ୍ୟରେ ପ୍ରତିଦ୍ବନ୍ଦିତା ହେଉଥିବା କଥା ସଭାରେ ଉପସ୍ଥିତ ଅନେକ ମାଁ ଭଉଣୀ ମାନେ ମତବ୍ୟକ୍ତ କରିଛନ୍ତି ।

error: Content is protected !!