Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିମିକଜୋମ କ୍ଷୟକ୍ଷତି ରାଶି ପ୍ରଦାନ ପାଇଁ ତହସିଲଦାରଙ୍କୁ ଚାଷୀଙ୍କ ଦାବିପତ୍ର ।

ମିକଜୋମ କ୍ଷୟକ୍ଷତି ରାଶି ପ୍ରଦାନ ପାଇଁ ତହସିଲଦାରଙ୍କୁ ଚାଷୀଙ୍କ ଦାବିପତ୍ର ।

ଅତାବିରା(ସୁରେନ୍ଦ୍ର କଠାର)-ଅତାବିରା ତହସିଲ କାର୍ଯ୍ୟାଳୟରେ ମିକଜୋମ କ୍ଷୟକ୍ଷତି ରାଶି ପ୍ରଦାନ ପାଇଁ ଅତିରିକ୍ତ ଅତାବିରା ତହସିଲଦାର ଅଙ୍କିତ ପଣ୍ଡାଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଓଡ଼ିଶା ରାଜ୍ଯ କୃଷକ ସଂଗଠନର ସଭାପତି ବୀରେନ୍ଦ୍ର କରଙ୍କ ନେତୃତ୍ବରେ ।ଦାବିପତ୍ରରେ ସେମାନେ ଉଲ୍ଲେଖ କରିଛନ୍ତି ଯେ ବିଗତ ଖରିଫ ଋତୁ ଡିସେମ୍ବର ମାସରେ ମିକଜୋମ ଜନିତ ଅଦିନିଆଁ ବର୍ଷାରେ ଧାନ ଫସଲରେ ବ୍ୟାପକ କ୍ଷୟକ୍ଷତି ଆକଳନ ହୋଇଥିଲେ ମଧ୍ଯ ବୀମାରାଶି ହକଦାର ଚାଷୀ ମାନଙ୍କୁ ଏ ପର୍ଯ୍ୟନ୍ତ କୌଣସି ପ୍ରକାରର ଆର୍ଥିକ ସହାୟତା ମିଳିପାରି ନାହିଁ।

ରିଲାଏନ୍ସ କମ୍ପାନୀ ଉଚିତ୍ ହକଦାର ଚାଷୀ ଭାଇମାନଙ୍କୁ ଦେବା ପାଇଁ କଥା ଦେଇଥିଲେ ମଧ୍ଯ କଥାରୁ ଓହରି ଯାଇଛି। ତେଣୁ ଉକ୍ତ ରିଲାଏନ୍ସ କମ୍ପାନୀ ପ୍ରତି କାର୍ଯ୍ୟାନୁଷ୍ଠାନ ନିଆଯାଉ।ଦାବିପତ୍ର ପ୍ରଦାନ ସମୟରେ ଦେବେନ୍ଦ୍ର ପଧାନ, ଦିଲ୍ଲିପ ପଧାନ, ସଂକ୍ରାନ୍ତି, ସୁରେନ୍ଦ୍ର ସ୍ବାଇଁ, ସମୀର ପଧାନ, ଆକାଶ ପଧାନ, ସୁବାଷ ବିଶ୍ବାଲ, ସାଧୁ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

error: Content is protected !!