ପଦ୍ମପୁର-ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ବୁବୁଡା ଗ୍ରାମରେ ଆସନ୍ତା ମାର୍ଚ୍ଚ ୨୮ ରୁ ୩୦ ପର୍ଯ୍ୟନ୍ତ ଷୋହଳ ପ୍ରହରୀ ନାମଯଜ୍ଞ ଅନୁଷ୍ଟିତ ହେବ ,ଏନେଇ ବୁବୁଡା ନାମଯଜ୍ଞ କମିଟି ପକ୍ଷରୁ ସୂଚନା ଦିଆଯାଇଛି । ସଂକୀର୍ତ୍ତନ ଜଗତର ଜଣାଶୁଣା ଜୌସ୍ନାମୟୀ ଦିକ୍ଷିତ,ସୁଶାନ୍ତ ସାହୁ, ବରିକେଲ ସଂକୀର୍ତ୍ତନ ମଣ୍ଡଳୀ,ଇନପୁର ସଂକୀର୍ତ୍ତନ ଦଳ ,ବିରିପାଲି ସଂକୀର୍ତ୍ତନ ମଣ୍ଡଳୀ,ମାଣ୍ଡିଆଢିପା ସଂକୀର୍ତ୍ତନ ମଣ୍ଡଳୀ ଓ ଆଖ ପାଖ ଅଞ୍ଚଳର ସଂକୀର୍ତ୍ତନ ଦଳ ଯୋଗଦାନ କରିବେ ବୋଲି କମିଟି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ପ୍ରଥମ ଦିବସରେ କଳସ ଶୋଭାଯାତ୍ରା ନାମଶୁଭାରମ୍ଭ କରାଯିବ । ସମସ୍ତ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଜଳଛତ୍ର ଏବଂ ଅନ୍ନ ଛତ୍ରର ବ୍ୟବସ୍ଥା କରାଯିବ । ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମାନେ ଯୋଗଦାନ କରିବାକୁ ବୁବୁଡା ନାମଯଜ୍ଞ କମିଟି ପକ୍ଷରୁ ନିମନ୍ତ୍ରଣ କରାଯାଇଛି ।
![](https://jagrataprahari.com/wp-content/uploads/2025/02/rising-star-6x3-1-pc-1024x512.jpg)
![](https://jagrataprahari.com/wp-content/uploads/2024/12/20241211_222518-1024x695.jpg)