ପାଇକମାଲ-ବରଗଡ଼ ଜିଲ୍ଲା ପାଇକମାଳ ବ୍ଳକ ଅନ୍ତର୍ଗତ ମାଣ୍ଡୋସିଲ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନୟ ରଂଜନ ପଣ୍ଡାଙ୍କ ସଭାପତିତ୍ବରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି ସଭାରେ ମାଣ୍ଡୋସିଲ ସ୍ବାସ୍ଥ୍ୟ କେନ୍ଦ୍ରର ଆୟୁଷ ବିଭାଗର ମୁଖ୍ୟ ଡାକ୍ତର ଅନିତା ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୋଗର ଉପକାରିତା ଓ ସୁସ୍ଥ ସମାଜ ଗଠନ ପାଇଁ ଯୋଗର ଆବଶ୍ୟକତା ସମ୍ପର୍କରେ ବିଶଦ ଭାବେ ଆଲୋଚନା କରିଥିବାବେଳେ ଅନ୍ୟତମ ଅତିଥି ଭାବେ ଯୋଗ ଶିକ୍ଷକ ପିତବାସ ରାଉତ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଯୋଗ ଶିକ୍ଷା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।
ଜାତୀୟ ସ୍ୱାସ୍ଥ୍ୟ ଯୋଜନା ଅଧିକାରୀ ଅଧ୍ୟାପକ ସୁମିତାବ ନାୟକ ସ୍ବାଗତ ଭାଷଣ ଦେଇଥିଲେ। ଶେଷରେ ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ଅଧ୍ୟାପକ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ଦେବତା ଧନ୍ୟବାଦ ଅର୍ପଣ କରିଥିଲେ। ଇଂରାଜୀ ବିଭାଗ ମୁଖ୍ୟ ଶ୍ରୀଯୁକ୍ତ ନିରାକାର ରାଉତ, ଓଡ଼ିଆ ବିଭାଗ ମୁଖ୍ୟ ଶ୍ରୀଯୁକ୍ତ ସନ୍ତୋଷ ସିଂ ଠାକୁର, ଶିକ୍ଷା ବିଭାଗ ମୁଖ୍ୟ ଶ୍ରୀଯୁକ୍ତ ବିଜୟ କୁମାର ମେହେର, ଅନ୍ୟତମ ଅଧ୍ୟାପକ ପୁଷ୍ପକାନ୍ତ ସାହୁ, ଅଧ୍ୟାପକ ଦେବକାନ୍ତ ନାୟକ, ଅଧ୍ୟାପକ ଅମରେଶ ଠାକୁର, ଅଧ୍ୟାପିକା ସସ୍ମିତା ସରିଆ, ଅଧ୍ୟାପିକା ବବିତା ମଲ୍ଲିକ, ରୋହିତ ପ୍ରଧାନ, ଗୁରୁ ଚରଣ ବଣ୍ଡା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଶେଷରେ ଯୋଗ ଶିକ୍ଷକ ପିତବାସ ରାଉତ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପ୍ରକାରର ଯୋଗ ଶିଖାଇ ଥିଲେ।