ପାଇକମାଲ-ମାଣ୍ଡୋସିଲ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନୟ ରଂଜନ ପଣ୍ଡାଙ୍କ ସଭାପତିତ୍ବରେ ଜଣ୍ଡିସ ଓ ଜଳବାହକ ରୋଗ ସଚେତନତା କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ବକ୍ତା ଭାବେ ମାଣ୍ଡୋସିଲ ସ୍ବାସ୍ଥ୍ୟ କେନ୍ଦ୍ରର ଆୟୁଷ ଡାକ୍ତର ଅନିତା ମିଶ୍ର ଓ ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ବିନୟ ରଂଜନ ଡଣ୍ଡସେନା ଯୋଗଦେଇ ବିଭିନ୍ନ ରୋଗର ନିରାକରଣ ସମ୍ପର୍କରେ ଆଲୋକପାତ କରିଥିଲେ ।
ଶେଷରେ ଅଧ୍ୟାପକ ସୁମିତାବ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ଅଧ୍ୟାପିକା ବବିତା ମଲ୍ଲିକ, ସସ୍ମିତା ସରିଆ, ଗୁରୁ ପ୍ରସାଦ ବଣ୍ଡା, ରୋହିତ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।