Monday, April 21, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିମାଣ୍ଡୋସିଲ ଡିଗ୍ରୀ କଲେଜରେ ତମାଖୁ ନିବାରଣ ସଚେତନତା ଦିବସ ପାଳିତ ।

ମାଣ୍ଡୋସିଲ ଡିଗ୍ରୀ କଲେଜରେ ତମାଖୁ ନିବାରଣ ସଚେତନତା ଦିବସ ପାଳିତ ।

ପାଇକମାଲ-ମାଣ୍ଡୋସିଲ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନୟ ରଂଜନ ପଣ୍ଡାଙ୍କ ସଭାପତିତ୍ବରେ ତମାଖୁ ନିବାରଣ ଯୁବ ସଚେତନତା ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ବକ୍ତା ଭାବେ ମାଣ୍ଡୋସିଲ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ତଥା ଶିକ୍ଷାବିତ୍ ଶ୍ରୀଯୁକ୍ତ ଗୋକୁଳାନନ୍ଦ ଡଣ୍ଡସେନା ଓ ସମ୍ମାନିତ ଅତିଥି ଭାବେ କଲେଜ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ମହେନ୍ଦ୍ର କୁମାର ଖୁଣ୍ଟିଆ ଯୋଗ ଦେଇ ତମାଖୁ ସେବନର କୁପ୍ରଭାବ ଆମ ଆମ ସମାଜ ପାଇଁ କେତେ କ୍ଷତିକାରକ ଓ ଯୁବ ସମାଜ ଏଥିପ୍ରତି ସର୍ବଦା ସଚେତନ ହେବା ଉଚିତ ବୋଲି ବକ୍ତବ୍ୟ ରଖିଥିଲେ।

ଶେଷରେ ଏନ୍.ଏସ୍.ଏସ୍ ଅଧିକାରୀ ଅଧ୍ୟାପକ ଶ୍ରୀ ସୁମିତାବ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ଅଧ୍ୟାପିକା ସସ୍ମିତା ସରିଆ, ଅଧ୍ୟାପିକା ବବିତା ମଲ୍ଲିକ,ଗୁରୁ ପ୍ରସାଦ ବଣ୍ଡା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

error: Content is protected !!