ପାଇକମାଳ-ପାଇକମାଳ ବ୍ଲକ ମାଣ୍ଡୋସିଲ ଡ଼ିଗ୍ରୀ ମହାବିଦ୍ୟାଳୟରେ ଅଧ୍ୟକ୍ଷ ବିନୟ ରଞ୍ଜନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ବନମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ରାଜନୀତି ବିଭାଗର ଅଧ୍ୟାପକ କୃଷ୍ଣଚନ୍ଦ୍ର ଦେବତା ଯୋଗଦେଇ ପରିବେଶ ସୁରକ୍ଷା ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରିଥିଲେ । ଏନ.ଏସ.ଏସ. କାର୍ଯ୍ୟକାରୀ ଅଧିକାରୀ ସୁମିତାବ ନାୟକଙ୍କ ଉପସ୍ଥିତିରେ କଲେଜ ପରିସରରେରେ ୫୦ ଗୋଟି ଚାରାରୋପଣ କରାଯାଇଥିଲା । ଛାତ୍ର ବିରେନ୍ଦ୍ର ରଣା ଓ ଅଜୟ ପରିଚାଳନାରେ ସହଯୋଗ କରିଥିଲେ l



