Saturday, April 19, 2025
spot_imgspot_imgspot_img
Homeରାଜନୀତିମାଣ୍ଡିଆଢିଆ ପଞ୍ଚାୟତରେ ବିଜେଡିର ନିର୍ବାଚନୀ ସଭା : ବର୍ଷା ଙ୍କ ପାଇଁ ଭୋଟ ମାଗିଲେ ବରିଷ୍ଠ...

ମାଣ୍ଡିଆଢିଆ ପଞ୍ଚାୟତରେ ବିଜେଡିର ନିର୍ବାଚନୀ ସଭା : ବର୍ଷା ଙ୍କ ପାଇଁ ଭୋଟ ମାଗିଲେ ବରିଷ୍ଠ ନେତୃମଣ୍ଡଳୀ l

ପଦ୍ମପୁର – ପଦ୍ମପୁର ନିର୍ବାଚନ ମଣ୍ଡଳୀ ପାଇକମାଲ ବ୍ଲକ ଅନ୍ତର୍ଗତ ମାଣ୍ଡିଆଢିଆ ପଞ୍ଚାୟତ ର ମୁଣ୍ଢେଲା, କର୍ଲାମାଲ୍, କେନାବୁଦା ଓ ଚୁହାପାଲି ଗ୍ରାମରେ ବିଜେଡି ର ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି l ବିଧାୟକ ପ୍ରାର୍ଥୀନୀ ବର୍ଷା ସିଂ ବରିହା ଯୋଗ ଦେଇ ଆଗାମୀ ଦିନରେ ଅଞ୍ଚଳର ଉନ୍ନତି ପାଇଁ ବିଧାନସଭା ପାଇଁ ତାଙ୍କୁ ଓ ଲୋକ ସଭାପାଇଁ ବ୍ଳକ୍ ପରିଣିତା ମିଶ୍ର ଙ୍କୁ ଶଙ୍ଖ ଚିହ୍ନ ରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ନିବେଦନ କରିଥିଲେ । ପରେ ସଭାପତି ରାଜେନ୍ଦ୍ର ରାଉତ, ହୃଦାନନ୍ଦ ବାରିକ, ଟାଇଲ୍ ଚନ୍ଦ୍ର ଭୋଇ, ସଂଜୀବ ବାରିକ . ମାଣ୍ଡିଆଢିପା ପଞ୍ଚାୟତ ସଭାପତି ଭୈରବ ସେଠ୍ ଯୁବ ସଭାପତି ଭୋଜରାଜ ଭୋଇ ପଞ୍ଚାୟତ ଯୁବ ସଭାପତି ସୁକାନ୍ତ ସାଥୁଆ, ଝସକେତନ ପ୍ରଧାନ, ଉଦୟ ଭୋଇ, ସୁରୁ ପଟେଲ ପ୍ରମୁଖ ବିଧାୟିକା ପ୍ରାର୍ଥୀନୀ ଙ୍କ ସଙ୍ଗେ ଘର କୁ ଘର ବୁଲି ବିଜୁ ଜନତା ଦଳ କୁ ଭୋଟ ଦେବାକୁ ନିବେଦନ କରିଥିଲେ l

error: Content is protected !!