
ପଦ୍ମପୁର-ପବିତ୍ର ମାଘ ପୂର୍ଣ୍ଣିମା ଅବସରରେ ଡା.ସୁମିତ କୁମାର ମିଶ୍ର ଏବଂ ତାଙ୍କ ସହଯୋଗୀ ମାନେ ମାଗଣା ସ୍ବାସ୍ଥ୍ୟସେବା ଯୋଗାଇଦେବା ଉଦ୍ଦେଶ୍ୟରେ ସମୀର ଦିବ୍ୟାଙ୍ଗ ବୃଦ୍ଧାଶ୍ରମ ଆଗଳପୁରକୁ ଯାଇ ସେଠାକାର ଅନ୍ତେବାସୀ ବୃଦ୍ଧ,ବୃଦ୍ଧା ମାନଙ୍କୁ ସ୍ବାସ୍ଥ୍ୟପରୀକ୍ଷା ସହ ଔଷଧ ଯୋଗାଇଥିଲେ। ସେଠାରେ ୪୦ ଜଣ ବୃଦ୍ଧ ବୃଦ୍ଧାଙ୍କ ପାଇଁ ନିଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜିତ କରାଯାଇଥିଲା ଏବଂ ମାଗଣା ପାଥୋଲୋଜି ପରୀକ୍ଷା ଓ ଔଷଧ ବଣ୍ଟନ କରାଯାଇଥିଲା। ବୃଦ୍ଧାଶ୍ରମର ସମସ୍ତ ଅନ୍ତେବାସୀଙ୍କୁ ଆବଶ୍ୟକ ପଡ଼ୁଥିବା ସାମଗ୍ରୀ ଯେପରିକି, ଶାଢ଼ୀ, ଢିଲା ଇତ୍ୟାଦି ବଣ୍ଟନ କରାଯାଇଥିଲା।

ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିବା ପାଇଁ ଭଜନ ସମରୋହର ଆୟୋଜନ ହୋଇଥିଲା। ଡା.ମିଶ୍ର ସକ୍ରିୟ ଭାବେ ଯୋଗଦେଇ ନିଜେ ଆଶୀର୍ବାଦ ଓ ସ୍ନେହ ଭିକ୍ଷା କରିଥିଲେ। ଏହି ସମାଜସେବା କାମ ପାଇଁଡା. ସୁମିତ ମିଶ୍ର,ଡ଼ା.ସମାପ୍ତି ସମାପିକା ମିଶ୍ର ଓ ଡା. ଅମିତ ଦାଶଙ୍କୁ ଅନୁଷ୍ଠାନର ମୁଖ୍ଯ ଶ୍ରୀ କୀର୍ତ୍ତନ ଦାସ ଆନ୍ତରିକ ଧନ୍ୟବାଦ ଜଣାଇବା ସହ ସମାଜ ସେବା ପ୍ରତି ତାଙ୍କ ଅବିରତ ପ୍ରତିବଦ୍ଧତାକୁ ଭୂୟସୀ ପ୍ରଶଂସା କରିଥିଲେ।


