Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିମାଁ ଦକ୍ଷିଣ କାଳୀ ପୂଜାର ପ୍ରସ୍ତୁତି ବୈଠକ ।

ମାଁ ଦକ୍ଷିଣ କାଳୀ ପୂଜାର ପ୍ରସ୍ତୁତି ବୈଠକ ।

ପଦ୍ମପୁର-ପଦ୍ମପୁର ଖଦିମଣ୍ଡଳ ଠାରେ ଅବସ୍ଥିତ ମାଁ ଦକ୍ଷିଣ କାଳୀ ମନ୍ଦିର ଠାରେ ଚଳିତ ବର୍ଷ ମାଁ କାଳୀଙ୍କ ପୂଜନୋତ୍ସବ କାର୍ଯ୍ୟକ୍ରମର ଚୂଡ଼ାନ୍ତ ବୈଠକ ଅନୁଷ୍ଠିତ ହୋଇଯାଇଛି । ମନ୍ଦିର ପରିଚାଳନା କମିଟିର ମୁଖ୍ୟ ଭକ୍ତ ଶ୍ରୀ ରଘୁମଣି ସାହୁ ଅଧ୍ୟକ୍ଷ୍ୟତା କରିଥିଲେ । ତା.୨୦.୧୦.୨୦୨୫ ସୋମବାର ଦିନ ଅପରାନ୍ହ ୪ ଘଣ୍ଟା ସମୟରେ କର୍ତ୍ତା ୟଶଦେବ ଭୁଏ ଓ ତାଙ୍କ ସହଧର୍ମିଣୀ ସୁପ୍ରଭା ଭୁଏ ଙ୍କ ସହିତ ପଦ୍ମପୁର ର ମାଁ କାଳୀ ଙ୍କ ଭକ୍ତ ବତ୍ସଲ ଙ୍କ ସହଯୋଗ ରେ କଳସ ଯାତ୍ରା ପଦ୍ମପୁର ସହର ପରିକ୍ରମା କରି ମନ୍ଦିର ପହଞ୍ଚି କଳସ ସ୍ଥାପନ କରାଯିବ ଓ ମଧ୍ୟ ରାତ୍ର ଘ.୧୨.ଟା ସମୟରେ ପୂଜାରମ୍ଭ ହେବ ।

ତା.୨୧.୧୦.୨୦୨୫ ମଙ୍ଗଳବାର ପ୍ରାତଃ ଘ.୯ ଟାରେ ଚଣ୍ଡୀ ପାଠ ଓ ସନ୍ଧ୍ୟା ଘ.୬ .ସମୟରେ ଗଣେଶ ସେଠ ଓ ତାଙ୍କ ଧର୍ମପତ୍ନୀ ବେଟିଖାଇ ସେଠ ଙ୍କ ଦ୍ୱାରା ପ୍ରଦତ୍ତ ଯୁଗାର ଓ ଅନ୍ୟ ଭକ୍ତ ଙ୍କ ଯୁଗାର କୁ ଏକ ସୁ ସଜ୍ଜିତ ରଥ ରେ ପଦ୍ମପୁର ସହର ସାରା ପରିକ୍ରମା କରାଯିବ ।ତତ ସଂଗେ ଅନ୍ୟ ସୁସଜ୍ଜିତ ରଥ ମାନଙ୍କରେ କାଳୀ ବେଶରେ ୟସୀକା ଭୁଏ, ଲକ୍ଷ୍ମୀ ବେଶରେ ଅନ୍ଵେଶା ସାହୁ,ସରସ୍ୱତୀ ବେଶରେ ସିମ୍ରନ ମେହେର ,ରାମ ବେଶରେ ପ୍ରତିତୀ ସାହୁ, ଲକ୍ଷ୍ମଣ ବେଶରେ ଅନନ୍ୟା ସାହୁ ଓ ସୀତା ବେଶରେ ମନିଷା ପାଢ଼ୀ ରହିବେ ।

ତାଙ୍କ ସହିତ ଜଣେ ଭକ୍ତ ହନୁମାନ ବେଶରେ ରହି ଶୋଭାଯାତ୍ରା ର ଶୋଭାବର୍ଦ୍ଧନ ବଢେଇବାରେ ସହଯୋଗ କରିବେ ।ତା.୨୨.୧୦.୨୦୨୫ ବୁଧୁବାର ମଧ୍ୟାନ୍ନ ୧୨ ଘଣ୍ଟା ସମୟରେ କଖାରୁ ବଳି ଦିଆଯିବ ଓ ଅପରାହ୍ନ ୪ ଘଣ୍ଟା ସମୟରେ ପୂର୍ଣାହୁତୀ ଓ ବିସର୍ଜନର କାର୍ଯ୍ୟକ୍ରମ ରହିଅଛି । ଏହି ବୈଠକରେ ମନ୍ଦିର ମୁଖ୍ୟ ପୂଜକ ବାଳ ମୁକୁନ୍ଦ ଭୁଏ,ପ୍ରତାପ ନାଥ, ଦୟାସାଗର ସାହୁ,ଧର୍ମେନ୍ଦ୍ର ସାହୁ,ମଙ୍ଗୁଳୁ ଗହୀର,ଶିବ ଭୁଏ,ଚନ୍ଦନ ସିଂ ବରିହା,ଦୀନବନ୍ଧୁ ହେମ୍ରମ,କୁଞ୍ଜବନ ପଧାନ,ଗୋବିନ୍ଦ ଦାଶ,ମଦନ ବାଗ ଓ ଦେବରାଜ ବିଶ୍ୱାଲ ଉପସ୍ଥିତ ରହି ନିଜର ସୁ ଚିନ୍ତିତ ମତାମତ ଦେଇଥିଲେ । ଶେଷରେ ପ୍ରତାପ ନାଥ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।

error: Content is protected !!