ଅତାବିରା(ସୁରେନ୍ଦ୍ର କଠାର)-ବରଗଡ ଜିଲା ଅତାବିରା ବ୍ଲକ କୁଲୁଣ୍ଡା ପଂଚାୟତ ବାବେବିରା ଗ୍ରାମର ଖିମାନିଧି ଭୋଇଙ୍କ ପତ୍ନୀ ତପସ୍ବନୀ ଭୋଇ ରୋଗରେ ପୀଡିତ ହୋଇ ଗତ ଜୁନ ମାସରେ ମୃତ୍ୟୁବରଣ କରିଛନ୍ତି | ମାଁ ମରିଗଲାପରେ ଏବେ ଖିମାନିଧିଙ୍କ ତିନି ଝିଅ ମାଁ କୁ ଝୁରିଝୁରି ଦିନ କାଟୁଛନ୍ତି | ଅତି ଗରିବ ପରିବାର ହୋଇଥିବାରୁ ତିନି ଝିଅକୁ ପାଲିବା ବାପାଙ୍କ ପକ୍ଷରେ କଷ୍ଟକର ହୋଇପଡୁଛି | ୧୧ ବର୍ଷିଆ ବଡ ଝିଅ ଆଶ୍ରମ ସ୍କୁଲରେ ପାଠପଢୁ ଥିବା ବେଳେ ଦ୍ବିତୀୟ ଝିଅ ଏବେ ଗାଁ ସ୍କୁଲରେ ପଢୁଛି ଏବଂ ସବା ସାନଝିଅ ବୟସ ତିନି ସେ ଅଂଗନବାଡିରେ ପଢୁଛି | ରହିବା ପାଇଁ ଭଲ ଘର ଖଣ୍ଡିଏ ନାହିଁ କି ଜମିବାଡି କିଛି ନାହିଁ ଯାହାଫଳରେ ତାଙ୍କୁ ମାମୁ ଘର ହିର୍ଲିପାଲି ପଂଚାୟତ ଭୋଇଟିକ୍ରା ଗ୍ରାମକୁ ଆସି ରହୁଥିବା ଦେଖିବାକୁ ମିଳିଛି ମାମୁ ଘରେ କେବଳ ଛୁଆଙ୍କୁ ଆଈ ଅଛନ୍ତି |
ଆଈର ବୟସ ଅଧିକ ହୋଇଥିବାରୁ ସେ ଆଗଭଲି ଭଲଭାବରେ ଚାଲିପାରୁ ନାହାନ୍ତି ଯାହାଫଳରେ ତିନି ଛୁଆଙ୍କୁ ପୋଷିବା ତାଙ୍କ ପଖେ ସମ୍ଭବପର ନୁହେଁ |ଏ ସମ୍ପର୍କରେ ଖବର ପାଇ ହିର୍ଲିପାଲି ପଂଚାୟତର ସମିତିସଭ୍ୟ ବିଦ୍ୟାଧର ପଧାନ ଉକ୍ତ ବେସାହାରା ପରିବାରକୁ ଭେଟି ଘଟଣା ସମ୍ପର୍କରେ ବରଗଡ ଉପଜିଲାପାଳ କୁମାର ନାଗଭୁଷଣକୁ ଜଣାଇଥିଲେ | ଉପଜିଲାପାଳ ଅତାବିରା ସିଡିପିଓ ଉର୍ମିଳା ପରିଡାକୁ ଫୋନ ଯୋଗେ ଘଟଣା ସମ୍ପର୍କରେ ତଥ୍ୟ ସଂଗ୍ରହ କରିବାକୁ ଜଣାଇଥିଲେ |ଏହି ପରିବାର ବର୍ଗକୁ ସରକାରୀ ସହାୟତା ପ୍ରଦାନ କରିବାକୁ ସମିତି ସଭ୍ୟ ବିଦ୍ୟାଧର ପଧାନ ରାଜ୍ୟ ସରକାରଙ୍କୁ ଦାବି ଜଣାଇଛନ୍ତି |