ପଦ୍ମପୁର- ପଦ୍ମପୁର ଅଞ୍ଚଳର ଜନସାଧାରଣ ଲଘୁବନଜାତ ଦ୍ରବ୍ଯ ସଂଗ୍ରହ କରି ଅର୍ଥ ଉପାର୍ଜନ କରିଥାନ୍ତି । ହେଲେ ଅସାଧୁ ବ୍ୟବସାୟୀ ମାନେ ଅଧିକ ଲାଭ ପାଇବା ପାଇଁ ସରକାରୀ ଟିକସ ପଇଠ ନ କରି ଛତିଶଗଡ ରାଜ୍ୟକୁ ଚୋରାଚାଲାଣ କରିଥାନ୍ତି । ଏହି ଚୋରାଚାଲାଣ କୁ ରୋକିବା ପାଇଁ ଅବକାରୀ ବିଭାଗର ଡେପୁଟି କମିଶନର ରାଜେନ୍ଦ୍ର ଭତ୍ରାଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ବିଭାଗର ସମ୍ବଲପୁର ଗୁଇନ୍ଦା ସଂସ୍ଥା ଇନ୍ସପେକ୍ଟର ଧନଞ୍ଜୟ ପାତ୍ର ଓ ସବ ଇନ୍ସପେକ୍ଟର ଅଲେଖ ପଧାନଙ୍କ ଟିମ ପଦ୍ମପୁର ଉପଖଣ୍ଡ ମେଲଛାମୁଣ୍ଡା ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ସମୟରେ ଦୁଇ ଗୋଟି ବୋଲେରୋ ପିକଅପ ରେ ମହୁଲଫୁଲ ଛତିଶଗଡ କୁ ଚୋରାଚାଲାଣ ହେଉଥିବା ଖବର ପାଇ ଚଢ଼ାଉ କରିଥିଲେ । ସେଠାରୁ ୪୭.୭୯ କ୍ବିଣ୍ଟାଲ ମହୁଲଫୁଲ ସହ ଦୁଇ ବୋଲେରୋ ପିକଅପ ଯାହାର ନମ୍ବର OD 17 W 9782 ଓ OD 17 W 3755 କୁ ଜବତ କରିବା ସହ ମହୁଲଫୁଲ ଚୋରାଚାଲାଣ କରୁଥିବା ତିନିଜଣ ଅଭିଯୁକ୍ତ ମେଲଛାମୁଣ୍ଡାର ମନବୋଧ ପାତ୍ର, ଝସକେତନ ପାତ୍ର ଓ ବିଜୟ ସାହୁକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ରହିଛି ।