ପାଇକମାଲ-ପାଇକମାଲ ବ୍ଲକ ଅନ୍ତର୍ଗତ ମହୁଲପାଲି ଗ୍ରାମରେ ଚାଲିଥିବା ଶ୍ରୀମଦ୍ ଭାଗବତ କଥାମୃତ ଆଜି ଚତୁର୍ଥ ଦିନରେ ପଦାର୍ପଣ କରିଛି । ଆଜି କର୍ତ୍ତା ଭାବେ ସୁବାସ ସାହୁ ଏବଂ ତାଙ୍କର ସ୍ତ୍ରୀ ରାଜକୁମାରୀ ସାହୁ ଦାୟିତ୍ବ ତୁଲାଇଥିଲେ । ପଣ୍ଡିତ ଶ୍ରୀମାନ୍ କ୍ଷୀରୋଦ ଚନ୍ଦ୍ର ଦେବତାଙ୍କ ପୂଜାର୍ଚ୍ଚନା ପରେ କର୍ତ୍ତା ତଥା ସମସ୍ତ ଗ୍ରାମବାସୀ ପ୍ରବକ୍ତା ଶ୍ରୀ ପ୍ରଦୀପ ଶାସ୍ତ୍ରୀଜିଙ୍କୁ ଫୁଲ ଚନ୍ଦନ ଦ୍ଵାରା ସ୍ଵାଗତ କରି ପ୍ରବଚନ ଆରମ୍ଭ କରାଯାଇଥିଲା ।
![](https://jagrataprahari.com/wp-content/uploads/2025/02/rising-star-6x3-1-pc-1024x512.jpg)
ଶାସ୍ତ୍ରୀଜୀଙ୍କ ସହଯୋଗୀ ଭାବେ ତବଲା ବାଦକ ଗୌରାଙ୍ଗ ଭାଇ, କେସିଓ ମାଷ୍ଟର ରାଜୀବ ଭୋଇ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସତସଙ୍ଗ ସମିତି ପକ୍ଷରୁ କୋଷାଧ୍ୟକ୍ଷ ଶିବଶଙ୍କର ଭୋଇ, ସଂଯୋଜକ ରତ୍ନାକର ବାଉଁଶ, ଉପଦେଷ୍ଟା କମିଟିର ସଦସ୍ଯ ଭାବେ ଅଶୋକ ଭୋଇ, ସନ୍ତୋଷ ପ୍ରଧାନ, କ୍ଷୀରୋଦ ଚନ୍ଦ୍ର ଦେବତା, ଦୟାସାଗର ସାହୁ, ମାଧବ ପ୍ରଧାନ, ମଧୁ ସାହୁ ପ୍ରମୁଖ ଏହି ଭକ୍ତିପୂର୍ଣ୍ଣ ମହୋତ୍ସବରେ ସହଯୋଗ କରିଥିଲେ ।
![](https://jagrataprahari.com/wp-content/uploads/2024/10/Rahaul-3x5-copy-1024x614.jpg)
![](https://jagrataprahari.com/wp-content/uploads/2024/12/20241211_222518-1024x695.jpg)