Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିମହିଳା ସ୍ନାତକ ମହାବିଦ୍ୟାଳୟ, ପଦ୍ମପୁରରେ ଆତ୍ମସୁରକ୍ଷା ତାଲିମ ଶିବିର ।

ମହିଳା ସ୍ନାତକ ମହାବିଦ୍ୟାଳୟ, ପଦ୍ମପୁରରେ ଆତ୍ମସୁରକ୍ଷା ତାଲିମ ଶିବିର ।

ପଦ୍ମପୁର – ପଦ୍ମପୁର ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଯୁକ୍ତ ତିନି ପ୍ରଥମ ବର୍ଷ ଛାତ୍ରୀମାନଙ୍କୁ ନେଇ ଅଧ୍ୟକ୍ଷା ଶ୍ରୀମତୀ କଳ୍ପନାରଣୀ ନାଥଙ୍କ ସଭାପତିତ୍ଵରେ ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍ଘାଟିତ ହୋଇଯାଇଛି । ଅଧ୍ୟକ୍ଷା କେବଳ ଶିକ୍ଷା ନୁହେଁ, ଆତ୍ମସୁରକ୍ଷା ମଧ୍ୟ ମହିଳା ମାନଙ୍କ ପାଇଁ ଜରୁରୀ ତାହା ଉପରେ ଦିଗଦର୍ଶନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ପଦ୍ମିନୀ ଦାସ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଆତ୍ମସୁରକ୍ଷା ତାଲିମର ମହତ୍ଵ ଉପରେ ଛାତ୍ରୀମାନଙ୍କୁ ପ୍ରାଞ୍ଜଳ ଭାବରେ ଉଦବୋଧନ ଦେଇଥିଲେ ।

ଏହି ତାଲିମ ଶିବିରର ସଂଯୋଜିକା ଡ଼. ଚନ୍ଦ୍ରିକା ଭୋଇଙ୍କ ତତ୍ବାବଧାନରେ ଶିବିରର ପରିଚାଳନା ହୋଇଥିବା ସଙ୍ଗେ ସଙ୍ଗେ ସେ ଛାତ୍ରୀମାନଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ଉତ୍ସାହିତ କରିଥିଲେ । ଆତ୍ମସୁରକ୍ଷା ପ୍ରଶିକ୍ଷିକା ସୁଶ୍ରୀ ନମ୍ରତା ତାଣ୍ଡି ଓ ଶ୍ରୀମତୀ ସୁନିତି ମହାପାତ୍ର ଆତ୍ମସୁରକ୍ଷା କୌଶଳ ଉପରେ ବିଶଦ ଭାବରେ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଓ କର୍ମଚାରୀବୃନ୍ଦ ସହଯୋଗ କରିଥିଲେ । ପରିଶେଷରେ ଅଧ୍ୟାପିକା ସୁଶ୍ରୀ ସୋନିଆରାଣୀ ମେହେର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

error: Content is protected !!