Saturday, March 7, 2026
Homeଅଘଟଣମହିଳା ସରପଞ୍ଚଙ୍କ ନାଁରେ ସ୍ୱାମୀଙ୍କ ପିସି ଅସୁଲି ପ୍ରସଙ୍ଗ:ଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶକୁ ଅବଜ୍ଞା ସନ୍ଦେହରେ ତଦନ୍ତ...

ମହିଳା ସରପଞ୍ଚଙ୍କ ନାଁରେ ସ୍ୱାମୀଙ୍କ ପିସି ଅସୁଲି ପ୍ରସଙ୍ଗ:ଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶକୁ ଅବଜ୍ଞା ସନ୍ଦେହରେ ତଦନ୍ତ ଅଧିକାରୀଙ୍କ ଭୂମିକା ।

ବୌଦ୍ଧ(ସିମୁନ ନାଏକ)-ବହୁ ଚର୍ଚ୍ଚିତ ରାମଗଡ଼ ପଞ୍ଚାୟତର ମହିଳା ସରପଞ୍ଚଙ୍କ ସ୍ୱାମୀ ଠିକାଦାରଙ୍କଠୁ ପିସି ମୂଲଚାଲ କରିବା ଘଟଣାର ତଦନ୍ତ ଏବେ ବାଟବଣା । ପିସି ମୁଲଚାଲ କରୁଥିବା ସରପଞ୍ଚଙ୍କ ସ୍ୱାମୀକୁ କ୍ଲିନ ପ୍ରମାଣ ପତ୍ର ଦେବାପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଅବଜ୍ଞା କରି ପିସି ମଗାଯାଇଥିବା ଛାୟା ଠିକାଦାର ଓ ତଦନ୍ତ ଅଧିକାରୀ ଙ୍କ ମଧ୍ୟରେ ଏକ ଗୁପ୍ତ ବୁଝାମଣା ହୋଇଥିବା ଚର୍ଚ୍ଚା ହେଉଛି । ଏହାର ତଦନ୍ତ ପାଇଁ ହରଭଙ୍ଗା ବିଡ଼ିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ ବୌଦ୍ଧ ଜିଲ୍ଲାପାଳ। ତଦନ୍ତ ପରେ ବହୁ କଳା ଗୁମର ସାମ୍ନାକୁ ଆସିବାର ସମ୍ଭାବନାକୁ ନେଇ ଅପେକ୍ଷା କରିଥିଲେ ସ୍ଥାନୀୟ ଅଞ୍ଚଳବାସୀ । ହେଲେ ବହୁ ଆଡମ୍ବରେ ଲଘୁକ୍ରିୟା ଭଳି ଏହି ଘଟଣାକୁ ଚପାଇ ଦେବାକୁ ଭିତିରି ବୁଝାମଣା ହୋଇଥିବା ଚଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ତଦନ୍ତ ଅଧିକାରୀ ଭାବେ ହରଭଙ୍ଗା ବିଡ଼ିଓ ବିଜୟ ପ୍ରଧାନ ଙ୍କ ନେତୃତ୍ୱରେ ଏକ ଟିମ ଗତ ୧୪ ତାରିଖରେ ରାମଗଡ଼ ପଞ୍ଚାୟତରେ ପହଞ୍ଚିଥିଲେ।

ଏହି ଟିମରେ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ମାନରଞ୍ଜନ ପାତ୍ର ,ପଂଚାୟତ କନିଷ୍ଠ ଯନ୍ତ୍ରୀ ମଧୁସୂଦନ ଦୋରା ପ୍ରମୁଖ ସାମିଲଥିଲେ । ଏ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଥିବା ବେଳେ ସମସ୍ତ ସାମ୍ବାଦିକଙ୍କୁ ତଥ୍ୟ ଦେଇଥିବା ଛାୟା ଠିକାଦାର ଜଣକ ଆମ ଜୈନିକ ଗଣମାଧ୍ୟମ ପ୍ରତିନିଧିଙ୍କୁ ଫୋନ କରି ଏ ବିଡ଼ିଓଙ୍କ ତଦନ୍ତ ସମ୍ପର୍କିତ ଆମ ଖବର ଖବର କାଗଜରେ ପ୍ରକାଶ ନକରିବା ପାଇଁ ଅନୁରୋଧ କରିବା ସହ ମୋର ବକେୟା ବିଲ ଅର୍ଥ ଅତିଶୀଘ୍ର ପୈଠ କରିବେ ବୋଲି ବିଡ଼ିଓ ପ୍ରତିଶ୍ରୁତି ଦେଇଥିବା କହିଥିଲେ । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯଦି ବିଡ଼ିଓରେ ଜଣେ ମହିଳା ସରପଞ୍ଚଙ୍କ ସ୍ୱାମୀ ମୋଟା ଅଙ୍କର ପିସି ମାଗୁଥିବା ସ୍ପଷ୍ଟ ପ୍ରମାଣ ଜଳଜଳ ହୋଇ ବାରି ହୋଇ ପଡୁଥିବା ବେଳେ ଜିଲ୍ଲାପାଳ ଏହାର ତଦନ୍ତ ଦାଇତ୍ୱ ଦେଇଥିବା ଖୋଦ ବିଡ଼ିଓ ଯଦି ଉଦେଶ୍ୟ ମୂଳକ ଭାବେ ଏହାକୁ ଭିନ୍ନ ମୋଡ଼ ଦେବାକୁ ପ୍ରୟାସ କରନ୍ତି ତେବେ ଆମେ କାହାକୁ ବିଶ୍ୱାସ କରିବା ବୋଲି ସାଧାରଣରେ ଆଲୋଚନା ହେଉଛି ।

ତେବେ ସଂପୃକ୍ତ ଛାୟା ଠିକାଦାରଙ୍କୁ ବକେୟା ଅର୍ଥ ନମିଳିବା ସହ ପିସି କାରବାର ତଦନ୍ତ ପରିବର୍ତ୍ତେ ତଦନ୍ତକାରୀ ଦଳର ପକ୍ଷପତିତା କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିବେ ବୋଲି କହିଛନ୍ତି । ଅପରପକ୍ଷେ ଯେତେବେଳେ ତଦନ୍ତ ଅଧିକାରୀ ହରଭଙ୍ଗା ବିଡ଼ିଓଙ୍କୁ ଏ ସମ୍ପର୍କରେ ପଚାରାରୁ ସେ କହିଛନ୍ତି ନାଇଁ ସେ ଅଭିଯୋଗର ସେଭଳି କିଛି ସତ୍ୟତା ନଥିଲେ ମଧ୍ୟ କୌଣସି ଏକ କାମର ବକେୟା ବିଲ ତାଙ୍କୁ ସରପଞ୍ଚଙ୍କ ସ୍ୱାମୀ ଦେବାର ଥିବା ସ୍ୱୀକାର କରିଛନ୍ତି ବିଡ଼ିଓ । ତାଙ୍କର ପୂର୍ବରୁ କିଛି ଅର୍ଥ ଲେଣ ଦେଣ ବାବଦକୁ କିଛି ମତାନ୍ତର ଥିଲା ତେଣୁ ଏ ସବୁ ଭାଇରଲ କରିଛନ୍ତି ବୋଲି ଓଲଟି ଓକିଲାତି କରିଥିଲେ ବୋଲି ପ୍ରତିକ୍ରିୟାରେ କହିଛନ୍ତି। ଏନେଇ ଉଚ୍ଚସ୍ତରୀୟ ତଦନ୍ତ ହେଲେ ସତ୍ୟସାତ ସାମ୍ନାକୁ ଆସିବା ସହ ଦୁର୍ନୀତି ଗସ୍ତ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।

error: Content is protected !!