Saturday, April 19, 2025
spot_imgspot_imgspot_img
Homeଖେଳମହିଳା ମହାବିଦ୍ୟାଳୟ ବାର୍ଷିକ କ୍ରୀଡା ପ୍ରତିଯୋଗିତା ।

ମହିଳା ମହାବିଦ୍ୟାଳୟ ବାର୍ଷିକ କ୍ରୀଡା ପ୍ରତିଯୋଗିତା ।

ବରପାଲି-ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟ ନବମ ବାର୍ଷିକ କ୍ରୀଡା ଉଦଯାପନୀ ସମାରୋହ ପାଳିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ଯକ୍ଷା ଶ୍ରୀମତୀ ପଦ୍ମିନୀ ଦାଶଙ୍କ ଅଧ୍ୟକ୍ଷତାରେ ସମାରୋହ ଅନୁଷ୍ଠିତ ହୋଇଥିଲା ।ରାଜନୀତି ବିଜ୍ଞାନ ଅଧ୍ୟାପିକା ପୁନମ ସାହୁ ସ୍ବାଗତ କରିଥିବା ବେଳେ ଓଡ଼ିଆ ବିଭାଗ ଅଧ୍ୟାପକ ଯତୀନ୍ଦ୍ର କୁମାର ସାହୁ ସଭାକାର୍ଯ୍ୟ ସଂଯୋଜନା ହୋଇଥିଲା। ମୁଖ୍ୟଅତିଥି ଭାବରେ ଲେଣ୍ଡା ସରପଞ୍ଚ ସୁଜାତା ବେହେରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳୟ ପ୍ରତିଷ୍ଠାତା ଅନ୍ତର୍ଯ୍ୟାମୀ ପଣ୍ଡା,ନାଟ୍ୟ ନିର୍ଦ୍ଦେଶକ ତଥା ସାମ୍ବାଦିକ ପ୍ରଭୁଚରଣ ମହାନ୍ତି, ନାଟ୍ୟକାର ତଥା ନାଟ୍ୟ ନିର୍ଦ୍ଦେଶକ ଅମିତ୍ କୁମାର ପଧାନ, ଲେଣ୍ଡା ପୂର୍ବତନ ସରପଞ୍ଚ ଦଶରଥ ବେହେରା ପ୍ରମୁଖ ଯୋଗଦାନ କରିଥିଲେ। ଅତିଥି ମାନେ କ୍ରୀଡା ଦ୍ଵାରା ଛାତ୍ରୀ ମାନଙ୍କର ଶାରୀରିକ ଅଭିବୃଦ୍ଧି ହେବା ସହ ବୌଦ୍ଧିକ ବିକାଶ ଦିଗରେ ସହାୟକ ହୋଇଥାଏ ବୋଲି ମତ ଦେଇଥିଲେ।

କ୍ରୀଡା ପ୍ରଶିକ୍ଷକ ଲୋକନାଥ ମେହେରଙ୍କ ତତ୍ବାଧାନରେ ଛାତ୍ରୀ ମାନେ ୧୦୦ ମିଟର, ୪୦୦ ମିଟର,ଲଙ୍ଗ ଜମ୍ପ , ହାଇ ଜମ୍ପ୍,ସାଇକେଲ ସ୍ଲୋ, ସ୍ପୋନ୍, ଜେଭିଲିନ ଥ୍ରୋ, ମିଉଜିକ ଚେୟାର, ସର୍ଟ ଫୁଟ,୮୦୦ ମିଟର ରନ୍ ପ୍ରଭୁତି ପ୍ରତିଯୋଗୀତା ମାନ ଅନୁଷ୍ଠିତ ହୋଇଥିଲା।ଉଦଯାପନୀ ଦିବସରେ ବେଡ ମିଣ୍ଟନ,କବାଡି, ଫେନ୍ସୀ ଡ୍ରେସ, ଟେଲ ପୂଲିଂ ହେବା ସହ ବିଚାରକ ମାନଙ୍କ ଦ୍ଵାରା କୃତି ଛାତ୍ରୀ ନିର୍ଣିତ ହୋଇଥିଲା।ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ବିତରଣ ହେବା ସହ ପରି ସମାପ୍ତିରେ ଶିକ୍ଷା ବିଭାଗର ଅଧ୍ୟାପିକା ଶୋଭାବତୀ ଥପା ଧନ୍ୟବାଦ୍ ଅର୍ପଣ କରିଥିଲେ।ଏ ଅବସରରେ ମହାବିଦ୍ୟାଳୟ ସମସ୍ତ ଅଧ୍ୟାପିକା ନିଳୀମା ନାୟକ,ପିଙ୍କି ବାରିକ,ଜ୍ୟୋତି ସାହୁ,ପରିଣୀତା ପଧାନ,ମନୀଷା ଭୋଇ,ସସ୍ମିତା ମେହେର,ଅଧ୍ୟାପକ ନେପାଲ ବିଶ୍ୱାଲ,ଶଶାଙ୍କ ଶେଖର ପଧାନ,ସାର୍ଥକ ପାଣିଗ୍ରାହୀ ସହକର୍ମୀ ବିରେନ୍ଦ୍ର ଖଟୁଆ, ନୃପରାଜ ଭୁଏ,ତ୍ରିପୁରା ବେହେରା ପରିଚାଳନାରେ ସହାୟତା କରିଥିଲେ।

error: Content is protected !!