Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିମହିଳା ଡ଼ିଗ୍ରୀ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ" ଆଲୋକ ବର୍ତିକା " ।

ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ” ଆଲୋକ ବର୍ତିକା ” ।

ପଦ୍ମପୁର-ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଆଲୋକ ବର୍ତ୍ତିକା ଶନିବାର ଦିନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷା କଳ୍ପନା ରାଣୀ ନାଥଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଉପଜିଲ୍ଲାପାଳ ସ୍ନେହା ଅରୁଗୁଳା ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ଲୋକକବି ପଦ୍ମଶ୍ରୀ ହଳଧର ନାଗ ମୁଖ୍ୟବକ୍ତା ଓ ଅଞ୍ଚଳ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ଖଗେଶ୍ବର ଦାସ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ। ସଭା ପ୍ରାରମ୍ଭରୁ ମା ସମଲେଇ ଓ ଶ୍ରୀ ଗଣେଶଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଦୀପ ପ୍ରଜ୍ୱଳନ କରାଯାଇଥିଲା। ଛାତ୍ରୀମାନେ ସ୍ବାଗତ ସଙ୍ଗୀତ ଗାନ କରିଥିଲେ।

ଅଧ୍ୟକ୍ଷା ତାଙ୍କର ଅଭିଭାଷଣରେ ନାରୀଶିକ୍ଷାର ଗୁରୁତ୍ବ ଓ ସମାଜରେ ନାରୀର ସ୍ଥାନ ବିଷୟରେ କହିଥିବା ବେଳେ ମୁଖ୍ୟ ଅତିଥି ଜୀବନର ଚାରିଟି ସ୍ତମ୍ବ ବୃତ୍ତି, ସ୍ୱାସ୍ଥ୍ୟ, ପରିବାର ଓ ଆତ୍ମବୃଦ୍ଧି ଉପରେ ବ୍ୟାଖ୍ୟା କରିଥିଲେ। ପ୍ରାଧ୍ୟାପକ ଶ୍ରୀ ଦାସ ଦୃଢ଼ ଇଚ୍ଛାଶକ୍ତି ଲକ୍ଷ୍ୟ ହାସଲର ମୁଖ୍ୟ ମାର୍ଗ ଖୋଲିଥାଏ ବୋଲି ଉଲ୍ଲେଖ କରିଥିବା ବେଳେ ମୁଖ୍ୟବକ୍ତା ପଦ୍ମଶ୍ରୀ ନାଗ ତାଙ୍କ କବିତା ଢ଼ୋଡୋ ବରଗଛକୁ ବ୍ୟାଖ୍ୟା କରିବା ସହ ଆମର ସଂସ୍କୃତିକୁ କିପରି ବିକୃତ କରାଯାଉଛି ଅତି ସୁନ୍ଦର ଭାବରେ ମଜକିଆ ଶୈଳୀରେ ମନ ମୁଗ୍ଧକର ବକ୍ତବ୍ୟ ରଖିଥିଲେ।

ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡ଼ିଶୀ, ଘୁମର, ଚୁଟକୁ ଚୁଟା, ଘୁଡକା ଓ ପଞ୍ଚରସୀ ର ତାଳରେ ସମସ୍ତଙ୍କୁ ଝୁମେଇ ଥିଲେ। ନାଟ୍ୟକାର କେଶରଞ୍ଜନ ପ୍ରଧାନଙ୍କ ରଚିତ ଓ ନିର୍ଦ୍ଦେଶିତ ନାଟକ ଅମ୍ବାରେ ଛାତ୍ରୀମାନଙ୍କର ଚମତ୍କାର ଅଭିନୟ ହୃଦୟସ୍ପର୍ଶୀ ହୋଇଥିଲା। ସମସ୍ତ କାର୍ଯ୍ୟକ୍ରମ ସାଂସ୍କୃତିକ ସମ୍ପାଦିକା ଅଧ୍ୟାପିକା ସଙ୍ଗୀତା ଗୌନ୍ତିଆଙ୍କ ତତ୍ତ୍ୱାବଧାନରେ ହୋଇଥିବା ବେଳେ ଅଧ୍ୟାପିକା ଡ ଚନ୍ଦ୍ରିକା ଭୋଇ ମଞ୍ଚ ପରିଚାଳନା କରିଥିଲେ ଓ ପରିଶେଷରେ ଅଧ୍ୟାପିକା ସରିତା ରାଣୀ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ। ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀ ଏଥିରେ ସହଯୋଗ କରିଥିଲେ।

error: Content is protected !!