ପାଇକମାଲ – ପାଇକମାଲ ସ୍ଥିତ ମହାମାୟା ପବ୍ଲିକ ସ୍କୁଲ ତରଫରୁ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ସର୍ବପ୍ରଥମେ ବିଦ୍ୟାଳୟରେ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ବିଦ୍ୟାଳୟର ଉପାଧ୍ୟକ୍ଷ ଶ୍ରୀଯୁକ୍ତ ୟସୁଦେବ ଭୋଇ ତଥା ଅନ୍ୟାନ୍ୟ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନଙ୍କର ଅଭିଭାଷଣ ଦିଆଗଲା। ଭାରତରେ ସମ୍ବିଧାନର ଗୁରୁତ୍ଵ ତଥା ସମ୍ବିଧାନର ଆବଶ୍ୟକତା ସୁନ୍ଦର ଭାବେ ଉପସ୍ଥାପନ କରାଯାଇଥିଲା।
ଏହା ପରେ ପରେ ପ୍ରଥମ ଦ୍ବିତୀୟ ଶ୍ରେଣୀର ଚିତ୍ରାଙ୍କନ ପ୍ରତିଯୋଗିତାଟି ଇପ୍ସିତା ବହିଦାର,ପ୍ରଶାନ୍ତ ହରିପାଳ,ଓ ରୀତୁନନ୍ଦା ମହାନନ୍ଦ ଙ୍କ ତତ୍ତ୍ଵାବଧାନରେ ହୋଇଥିଲେ। ତୃତୀୟ, ଚତୁର୍ଥ ଶ୍ରେଣୀର ରଙ୍ଗକଳା ପ୍ରତିଯୋଗିତା ରେ କିଶୋରି ସାହୁ ଓ ମଲ୍ଲିକା କୁମ୍ଭାରଙ୍କ ତତ୍ତ୍ଵାବଧାନରେ ହୋଇଥିଲା। ଏହା ପରେ ପଞ୍ଚମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ନେଇ ପାଇକମାଳ ନଗରଭ୍ରମଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।
ଏହି ଶୋଭାଯାତ୍ରାଟି ପାଇକମାଳ ବ୍ଳକ କାର୍ଯ୍ୟାଳୟ ଠାରୁ ଆରମ୍ଭ ହୋଇ ମୁଖ୍ୟ ଛକ ଠାରୁ ପ୍ରତ୍ୟାବର୍ତ୍ତନ କରିଥିଲା। ଏଥିରେ ଶିଶୁମାନଙ୍କ ଦ୍ଵାରା ସମ୍ବିଧାନର ଆବଶ୍ଯକତା ଓ ମହତ୍ତ୍ଵକୁ ଲୋକାଭିମୁଖୀ କରାଯାଇଥିଲା।ଏହି ଶୋଭାଯାତ୍ରାକୁ ମୁଖ୍ୟ ଅତିଥି ଏ.ବି.ଓ. ପାଇକମାଲ ଶ୍ରୀଯୁକ୍ତ ଧଲେନ୍ଦ୍ର ବାରିକ ବିଦ୍ୟାଳୟର ସଂଯୋଜକ ଶ୍ରୀଯୁକ୍ତ ଅକ୍ଷୟ କୁମାର ଦାସ, ଉପାଧ୍ୟକ୍ଷ ଶ୍ରୀଯୁକ୍ତ ୟସୁଦେବ ଭୋଇ ଙ୍କ ଦ୍ଵାରା ଆରମ୍ଭ ହୋଇଥିଲା। ଏହି ଶୋଭାଯାତ୍ରାକୁ ବିଦ୍ୟାଳୟର ଶିକ୍ଷକ ବିନୁ ବେସ୍ରା, ଗୁପତ ଦିପ, ତ୍ରିଲୋଚନ ସାହୁ, ଦିନେଶ ସତନାମି, ଲିଙ୍ଗରାଜ ପ୍ରଧାନ, ଶିକ୍ଷୟତ୍ରୀ କରଣିକା ପ୍ରଧାନ, ଶୁଭଦର୍ଶିନୀ ହୋତା, ପୂଜା ପଣ୍ଡା ଆଦି ସହଯୋଗ କରିଥିଲେ।