ପଦ୍ମପୁର -ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ଅନ୍ତର୍ଗତ ପାଇକମାଲ ସହରର ମହାମାୟା ପବ୍ଲିକ ସ୍କୁଲ ନାମକ ଏକ ଘରୋଇ ବିଦ୍ୟାଳୟର ବସ ଛାତ୍ରଛାତ୍ରୀ ମାନଙ୍କୁ ଛାଡିବା ପାଇଁ ଅପରାହ୍ନ ସମୟରେ ଟେମରୀ ଗାଁ କୁ ଯାଇଥିଲା । ସେହି ସମୟରେ ଟେମରୀ ଗାଁର ନରେଶ କୁମାର ବନଛୋରଙ୍କ ତିନି ବର୍ଷର ଶିଶୁ କନ୍ୟା ରିୟାନ୍ସି ରାସ୍ତାକଡରେ ଛିଡା ହୋଇଥିବା ସମୟରେ ବସ ଚାପି ଦେଇଥିଲା । ନରେଶ ତାଙ୍କ ଶିଶୁକନ୍ୟାକୁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ ।

ଡାକ୍ତର ଶିଶୁକନ୍ୟାକୁ ମୃତ ଘୋଷଣା କରିଥିଲେ । ପରେ ପରିବାର ଲୋକେ ଓ ଗ୍ରାମବାସୀ କ୍ଷତିପୂରଣ ଦାବୀରେ ପଦ୍ମପୁର ପାଇକମାଲ ବିଜୁ ଏକ୍ସପ୍ରେସ ୱେ ଭୁଲିଆବନ୍ଧ ଛକ ଠାରେ ଶବ ରଖି ରାସ୍ତାରୋକ କରିଥିଲେ । ପ୍ରଶାସନ ତଥା ସ୍କୁଲ କର୍ତ୍ତୃପକ୍ଷଙ୍କ ବୁଝାସୁଝା ସହ କ୍ଷତିପୂରଣ ଦେବା ପରେ ରାସ୍ତାରୋକ ବନ୍ଦ ହୋଇଥିଲା । ରାସ୍ତାରୋକ ହେବା ଫଳରେ ଉଭୟ ପାଶ୍ୱରେ ଯାନବାହନ ଅଟକି ରହିଥିଲା ।



