Thursday, November 21, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିମହାବିଦ୍ୟାଳୟରେ ଅର୍ଥନୀତି ବିଭାଗ ପାଠଚକ୍ର ।

ମହାବିଦ୍ୟାଳୟରେ ଅର୍ଥନୀତି ବିଭାଗ ପାଠଚକ୍ର ।

ବରପାଲି-ବରପାଲି କଲେଜ ଅର୍ଥନିତୀ ବିଭାଗ ପକ୍ଷରୁ ଏକ ପାଠଚକ୍ର ଆୟୋଜିତ ହୋଇଯାଇଛି। ବୁଧବାର ମହାବିଦ୍ୟାଳୟ ସଭାଗୃହରେ ଅର୍ଥନୀତି ବିଭାଗ ପକ୍ଷରୁ ଭାରତରେ ଦରିଦ୍ରତା: ପ୍ରସଙ୍ଗ ଓ ଆହ୍ବାନ ” ବିଷୟ ଉପରେ ପାଠଚକ୍ର ଅନୁଷ୍ଠିତ ହୋଇଥିଲା । ଅଧ୍ୟକ୍ଷା ସୁଶ୍ରୀ ଜୟନ୍ତୀ ଦାଶ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଅର୍ଥନୀତି ବିଭାଗ ମୁଖ୍ୟ ଅଧ୍ୟାପକ ଭକ୍ତବନ୍ଧୁ ପଧାନ ସଭାପତିତ୍ଵ କରିଥିଲେ ।

କାର୍ଯ୍ୟକ୍ରମରେ ଲରମ୍ଭା ମହାବିଦ୍ୟାଳୟ, ଅର୍ଥନୀତି ବିଭାଗର ଅଧ୍ୟାପକ ପ୍ରଫେସର ପବିତ୍ର ମହାଣା ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ଦରିଦ୍ରତାର କାରଣ ଓ ବିବିଧ ଦାରିଦ୍ର୍ୟ ଦୂରୀକରଣ ଯୋଜନା ଉପରେ ବ୍ୟାପକ ଭାବେ ଆଲୋଚନା କରିଥିଲେ । ସଭା ପ୍ରାରମ୍ଭରେ ଗଣେଷ ଦେବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଓ ଅର୍ଘ୍ୟ ପ୍ରଦାନ ମାଧ୍ୟମରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପରେ ଛାତ୍ରୀ ଲିପିକା ବେହେରା ଓ ମଲ୍ଲିକା ସାହୁ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ ।

ଏହି ଅବସରରେ ଛାତ୍ର ବିନୋଦ ପାତ୍ର, ନିହାର ରଞ୍ଜନ ହୋତା, ଜନକା ଛୁରିଆ ଏବଂ ଛାତ୍ରୀ ରୂପାଲି ସାହୁ, କାଜଲ ସାହୁ, ଅଙ୍କିତା ସାହୁ, ସୀମା ରଣା, ମଲ୍ଲିକା ସାହୁ, ଝରଣା ବେହେରା ନିଜ ସ୍ବରଚିତ ପ୍ରବନ୍ଧ ପାଠ କରିଥିଲେ । କାର୍ଯ୍ୟକ୍ରମରେ ବିଭାଗର ଅନ୍ୟତମ ଅଧ୍ୟାପକ ଡ. ପାରେଶ୍ୱର ସାହୁ ଓ ସୀମାଞ୍ଜଳୀ ଦାସ ଅଂଶ ଗ୍ରହଣ କରି ଛାତ୍ରଛାତ୍ରୀ ମାନଙ୍କୁ ଦାରିଦ୍ର୍ୟର ବିଭିନ୍ନ ପ୍ରସଙ୍ଗ ଓ ଆହ୍ବାନ ଉପରେ ବିଷଦ ଭାବରେ ଆଲୋଚନା କରିଥିଲେ । ଶେଷରେ ଛାତ୍ର ନିହାର ରଞ୍ଜନ ହୋତା ଧନ୍ୟବାଦ ଅର୍ପଣ କରିଥିଲେ।

error: Content is protected !!