Tuesday, March 10, 2026
Homeରାଜ୍ୟମନୋଜ ଦାଶଙ୍କୁ ପ୍ରେସିଡେଣ୍ଟ ପୋଲିସ ମେଡାଲ ।

ମନୋଜ ଦାଶଙ୍କୁ ପ୍ରେସିଡେଣ୍ଟ ପୋଲିସ ମେଡାଲ ।

ପଦ୍ମପୁର-ବରଗଡ଼ ଜିଲ୍ଲାପଦ୍ମପୁର ରାଜବୋଡାସମ୍ବର ପଞ୍ଚାୟତ ସମିତି ଅଧିନସ୍ଥ ଦର୍ଲିଗୁଡା ଗ୍ରାମ ଦାଶ ପରିବାର ର ଅବସର ପ୍ରାପ୍ତ ସିଆଇଏସଏଫ ଡେପୁଟି କମାଣ୍ଡେଣ୍ଟ ମନୋଜ କୁମାର ଦାଶ ଙ୍କୁ ପ୍ରେସିଡେଣ୍ଟ ପୋଲିସ ମେଡାଲରେ ସମ୍ବର୍ଦ୍ଧିତ କରାଯାଇଛି।ଭାରତୀୟ କେନ୍ଦ୍ରୀୟ ଆଦୌତିକ ସୁରକ୍ଷା ବଳ ସିଆଇଏସଏଫ ତାଳିମ କେନ୍ଦ୍ର ଆରାକେନ୍ନମ (ଚେନ୍ନାଇ) ଠାରେ ଆୟୋଜିତ ୫୬ତମ ପ୍ରତିଷ୍ଠା ଦିବସରେ ଏହି ସମ୍ମାନ ପ୍ରଦାନ କରାଯାଇଛି।

କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ସାହା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ। ଏହଖ ପୂର୍ବରୁ ଶ୍ରୀ ଦାଶ ୨୦୦୮ ରୁ ୨୦୧୮ ପର୍ଯ୍ୟନ୍ତ କେନ୍ଦ୍ରୀୟ ଗୋଇନ୍ଦା ସଂସ୍ଥା (ସିବିଆଇ)ରେ ଯୋଗଦେଇଥିଲେ ।ସିବିଆଇ ଅଧିକାରୀ ଭାବରେ ଉଲ୍ଲେଖନୀୟ କାମ ପାଇଁ ୨୦୧୪ରେ ମଧ୍ୟ ପ୍ରେସିଡେଣ୍ଟ ପୋଲିସ ମେଡାଲ ପାଇଥିଲେ । କେବଲ ସେତିକି ନୁହେଁ ସିଆଇଏସଏଫ ରେ ତାଙ୍କର ଉଲ୍ଲେଖ ନୀୟ ପ୍ରଦର୍ଶନ ପାଇଁ ୬୨ ଟି ନଗଦ ରାଶି ମାନପତ୍ର ଓ ମେଡାଲ ପାଇଁ ଛନ୍ତି ।

ସେ ସିଆଇଏସଏଫ ଓ ସିବିଆଇ ରେ ୩୮ ବର୍ଷ ରୁ ଉର୍ଦ୍ଧ୍ବ ସମୟ ଧରି ଦେଶମାତ୍ରୃକାର ସେବା କରିଥିଲେ । ମନ୍ତ୍ରୀ ଶ୍ରୀ ସାହା ନିଜର ଭାଷଣ କ୍ରମରେ ମନୋଜ ଦାଶ ଙ୍କ କାର୍ଯ୍ୟକଳାପର ଉଚ୍ଚ ପ୍ରଶଂସା କରିଥିଲେ।ପଦ୍ମପୁର ର ଏକ ପଲ୍ଲୀରୁ ଯାଇ ଉଚ୍ଚ ପଦବୀରେ ଥାଇ ଉତ୍ତମ ସେବା ଦେଇ ସମ୍ବର୍ଦ୍ଧିତ ହେବା ଏହା ଅଞ୍ଚଳ ପାଇଁ ଏକ ଗୌରବ।

error: Content is protected !!