ପାଇକମାଲ-ପାଇକମାଲ ବ୍ଲକ ମଣ୍ଡୋସିଲ ଡ଼ିଗ୍ରୀ କଲେଜ ଅଧ୍ୟକ୍ଷ ବିନୟ ରଞ୍ଜନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ‘ମା ପାଇଁ ଗଛଟିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରାଜନୀତି ବିଭାଗର ଅଧ୍ୟାପକ କୃଷ୍ଣଚନ୍ଦ୍ର ଦେବତା ଯୋଗଦେଇ ବୃକ୍ଷରୋପଣ ବୃକ୍ଷରୋପଣ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରିଥିଲେ । ଏନ.ଏସ.ଏସ. କାର୍ଯ୍ୟକାରୀ ଅଧିକାରୀ ସୁମିତାବ ନାୟକ ଉପସ୍ଥିତିରେ କଲେଜ ପରିସରରେ ୭୦ ଗୋଟି ଚାରାରୋପଣ କରାଯାଇଥିଲା । ଛାତ୍ର ବିରେନ୍ଦ୍ର ରଣା ଓ ଅଜୟ ସାହାଯ୍ୟ କରିଥିଲେ ।



