Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିମକର ସଂକ୍ରାନ୍ତି ଉପଲକ୍ଷେ ପରମାନନ୍ଦପୁର ଠାରେ ବୈଦିକ ଯଜ୍ଞ ।

ମକର ସଂକ୍ରାନ୍ତି ଉପଲକ୍ଷେ ପରମାନନ୍ଦପୁର ଠାରେ ବୈଦିକ ଯଜ୍ଞ ।

ପଦ୍ମପୁର-ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ କଟାବାହାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପରମାନନ୍ଦପୁର ଗ୍ରାମର ବୈଦିକ ଯଜ୍ଞ ପୀଠରେ ବୈଦିକ ସଂସ୍କୃତି ସଂରକ୍ଷଣ ସମିତି ତରଫରୁ ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ବୈଦିକ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯଜ୍ଞ ବ୍ରହ୍ମା ଭାବରେ ଅବସର ପ୍ରାପ୍ତ ପ୍ରଫେସର ଡ.ଶ୍ରୀବତ୍ସ ଆଚାର୍ଯ୍ୟ ଯୋଗଦେଇଥିବା ବେଳେ ଗୁରୁକୁଲ ନବପ୍ରଭାତ ଆଶ୍ରମର ୨ଜଣ ବ୍ରହ୍ମଚାରୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ସମିତିର ସଭାପତି ଦେବରାଜ ବେହେରା ପରିଚାଳନା କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଯଜମାନ ଭାବରେ କଟାବାହାଲ ଗ୍ରାମର ଶ୍ରୀଯୁକ୍ତ ଅନିରୁଦ୍ଧ ସାହୁ ଏବଂ ତାଙ୍କ ଧର୍ମପତ୍ନୀ ଶୋଭାବତୀ ସାହୁ ଯୋଗ ଦେଇଥିଲେ ।ଏଠାରେ ଯଜ୍ଞ,କୀର୍ତ୍ତନ ଧାରା ଓ ପ୍ରବଚନ ଭଳି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଖପାଖ ଅଞ୍ଚଳରୁ ଅନେକ ଶ୍ରଦ୍ଧାଳୁ ଯୋଗଦେଇ ଅଞ୍ଚଳର ତଥା ବିଶ୍ଵର ମଙ୍ଗଳ କାମନା କରି ଯଜ୍ଞରେ ଆହୁତି ପ୍ରଦାନ କରିଥିଲେ । ତେବେ ମଙ୍ଗଳବାର ଦିନ ୧୦ ଟା ସମୟରେ ଗ୍ରାମର ପୋଖରୀରୁ ପାଣି ଆଣି ଶତାଧିକ ମହିଳା ଓ ପୁରୁଷ ଗ୍ରାମ ପରିକ୍ରମା କରି ଯଜ୍ଞ ମଣ୍ଡପରେ କଳସ ସ୍ଥାପନ କରିଥିଲେ ।

ଏହି ଉତ୍ସବରେ ଆଖ ପାଖର ଭାଗବତ ପାର୍ଟି ଯୋଗଦେଇ ଭାଗବତ କରିଥିବା ବେଳେ ପାଟଣାଗଡ଼ ସ୍ଥିତ ଡେବ୍ରୀପାଲି ଗ୍ରାମର ଲମ୍ବୋଦର ଗୁରୁ ଏବଂ ତାଙ୍କ ସାଥୀ ପ୍ରବଚନ ମାଧ୍ୟମରେ ସୁନ୍ଦର୍ ମତାମତ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ବିଜେପୁର ବିଧାୟକ ସନତ ଗଡତିଆ,ବ୍ଲକ ଅଧ୍ୟକ୍ଷ ପ୍ରଣୟ କୁମାର ସାହୁ,ସରପଞ୍ଚ ଅର୍ପିତା ପଣ୍ଡା,ବିଜେପି ନେତା ଆନନ୍ଦ ମଟାରି,ମହେଶ ଦେବତା,ଗ୍ରାମପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ କାର୍ତ୍ତିକେଶ୍ୱର ବେହେରା, ଶିକ୍ଷାବିତ ବିପିନ ବିହାରୀ ନନ୍ଦ,ବନପାଳ ଝରଣା ସାହୁ,ବନରକ୍ଷୀ ଲିଜୀ ମହାପାତ୍ର,ସାମ୍ବାଦିକ ସଞ୍ଜୀବ ପୁରୋହିତ,ସୁଶାନ୍ତ ପଣ୍ଡା, ରିଙ୍କୁ ଦେବତା ଏବଂ ଅଞ୍ଚଳର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ବର୍ତମାନ ସାମାଜ ର ସ୍ଥିତି କୁ ଆଖି ଆଗରେ ରଖି ଲୋକ ମାନଙ୍କ ମନରେ ଆଧ୍ୟାତ୍ମିକ ଚିନ୍ତା ଚେତନା କୁ ଜାଗ୍ରତ କରିବା ପାଇଁ ହେଲେ ଏଭଳି ସବୁ କାର୍ଯ୍ୟକ୍ରମ କୁ ଗ୍ରାମାଞ୍ଚଳ ରେ ଆହୁରି ଅଧିକ ମାତ୍ରା ରେ କରିବା ଦ୍ଵାରା ଏକ ସୁସ୍ଥ ସମାଜ ଗଠନ ହୋଇ ପାରିବ ବୋଲି ଅତିଥି ମାନେ ପ୍ରକାଶ କରିବା ସହ ଆୟୋଜକ ଏବଂ ଗ୍ରାମବାସୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ତେବେ ଦୀର୍ଘ ୪ ବର୍ଷ ହେବ ଏଠାରେ ପ୍ରତି ମାସରେ ସଂକ୍ରାନ୍ତି ପାଳନ ଅବସରରେ ବୈଦିକ ଯଜ୍ଞ କରି ଆସୁଥିବାରୁ ଆଗାମୀ ଦିନରେ ଏହି ଅଞ୍ଚଳରେ ଆଧ୍ୟାତ୍ମିକ ଜ୍ଞାନର ବୃଦ୍ଧି ପାଇଁ ଆହୁରି ଅନେକ ଗୁଡ଼ାଏ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ସମିତିର ମୁଖ୍ୟ ପରିଚାଳକ ଶ୍ରୀ ଗୋବର୍ଦ୍ଧନ ସଂସ୍କୃତ ମହାବିଦ୍ୟାଳୟର ପ୍ରାଧ୍ୟାପକ ଆଚାର୍ଯ୍ୟ ଭରତ ଶାସ୍ତ୍ରୀ ସଦା ସର୍ବଦା ପ୍ରୟାସ କରୁଥିବାର ସମିତି ପକ୍ଷରୁ କୁହାଯାଇଥିବା ବେଳେ ଯଜ୍ଞ କାର୍ଯ୍ୟ ସମ୍ପନ୍ନ ପରେ ଉପସ୍ଥିତ ସମସ୍ତ ଭକ୍ତ ମାନେ ଅନ୍ନ ପ୍ରସାଦ ସେବନ କରିଥିଲେ । ପରମାନନ୍ଦପୁର ଗ୍ରାମର ଯୁବକ ମାନେ ତଥା କୀର୍ତ୍ତନ ମଣ୍ଡଳୀର ସମସ୍ତ ସଦସ୍ୟ ଓ ଆଖପାଖ ଗ୍ରାମ ତଥା ଜୁବାଖୋଲ,କୁଲିଆରି,କେନ୍ଦୁମାଲ, ଡଙ୍ଗରମୁଣ୍ଡା ଓ କଟାବାହାଲ ଗ୍ରାମର ଶ୍ରଦ୍ଧାଳୁ ମାନେ ଯୋଗ ଦେଇ ପୂର୍ଣ୍ଣ ମାତ୍ରାରେ ସହଯୋଗ କରିଥିଲେ । ସମସ୍ତଙ୍କ ସହଯୋଗ ପାଇଁ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଥିବାରୁ ପରିଶେଷରେ ସମିତି ର ସମ୍ପାଦକ ଶ୍ରୀଯୁକ୍ତ ଗାର୍ଗବ ବଢେଇ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

error: Content is protected !!