Sunday, April 20, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଭୋଟର ସଚେତନତା ରାଲି ଓ ନବାଗତା ଛାତ୍ରୀଙ୍କୁ ସ୍ୱାଗତ ।

ଭୋଟର ସଚେତନତା ରାଲି ଓ ନବାଗତା ଛାତ୍ରୀଙ୍କୁ ସ୍ୱାଗତ ।

ପଦ୍ମପୁର – ସରକାରୀ ବାଳିକା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଚୂଡ଼ାମଣି ବାରିକ ଙ୍କ ନିର୍ଦ୍ଦେଶ କ୍ରମେ, କାର୍ଯ୍ୟକାରୀ ପ୍ରଧାନ ଶିକ୍ଷକ ଶ୍ରୀ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଜବୋରାସମ୍ବର ଶ୍ରୀ ଲୋକନାଥ ଭୋଇ ଙ୍କ ଉପସ୍ଥିତି ରେ ବିଦ୍ୟାଳୟ ର ଛାତ୍ରୀ ମାନଙ୍କ ଦ୍ୱାରା ଏକ ଭୋଟର ସଚେତନତା ରେଲି ଆୟୋଜିତ ହୋଇ ଯାଇଛି। ବିଦ୍ୟାଳୟ ର ବ୍ୟାଣ୍ଡ ଦଳ ର ବାଜା ତାଳେ ତାଳେ, ସମାଜସେବୀ ନିରୋଜ ଦୋରା ଙ୍କ ନେତୃତ୍ୱ ରେ ଛାତ୍ରୀ ମାନେ ଏକ ସହର ପରିକ୍ରମା ରେ ବାହାରି ଲୋକ ମାନଙ୍କୁ ନିଜର ଭୋଟ ଅଧିକାର ସାବ୍ୟସ୍ତ କରିବା ପାଇଁ ପ୍ରବର୍ତ୍ତେଇ ଥିଲେ।

ଏହି ରେଲି କୁ ସାଫଲ୍ୟମଣ୍ଡିତ କରିବା ପାଇଁ ଜ୍ୟୋତ୍ସ୍ନାରାଣୀ ସାହୁ, ଜୀବନାନନ୍ଦ ସାହୁ, ମାନସ ଶତପଥୀ, ପୂଜାରାଣୀ ନାୟକ, ରବିନା ପଧାନ, ସଂଯୁକ୍ତା ଭୋଇ, ବୃନ୍ଦାବତୀ ସାହୁ, ଖୁଶବୁ ବରିହା, ଜ୍ୟୋତିରେଖା ମହାନନ୍ଦ, ଚକ୍ରଧର ନାୟକ, ପ୍ରଭାତୀ ପଟ୍ଟନାୟକ, ମମତା ମିଶ୍ର, ନୀଳିମା ରାଣୀ ମହାନ୍ତି, ସୁଷମା ଦାସ, ଦୁଷ୍ମନ୍ତ ଛତର, ନନ୍ଦିନୀ ବାଗ ଓ କମଳା କୁମ୍ଭାର ସହାୟତା କରିଥିଲେ। ରେଲି ପରେ ନୂତନ ଭାବରେ ଦାଖିଲା ନେଇଥିବା ନବାଗତା ଛାତ୍ରୀ ତଥା ପିତା ମାତା ଙ୍କୁ ସ୍ୱାଗତ କରିବା ପାଇଁ ଶ୍ରୀ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ଙ୍କ ସଭାପତିତ୍ୱ ରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା ଯା ର ପରିଚାଳନା ସୁରେନ୍ଦ୍ର କୁମାର ଭୋଇ କରିଥିଲେ। ଏହି ସଭା ରେ ନୂତନ ଛାତ୍ରୀ ମାନଙ୍କୁ ବିଦ୍ୟାଳୟ ର ବିଭିନ୍ନ ନୀତି ନିୟମ ବିଷୟରେ ଅବଗତ କରା ଯାଇଥିଲା। ପରେ ସରକାର ଙ୍କ ନିର୍ଦ୍ଦେଶ କ୍ରମେ ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ର ଛାତ୍ରୀ ମାନଙ୍କୁ ଚାଉଳ ଓ ରନ୍ଧନ ଖର୍ଚ୍ଚ ତଥା ସମସ୍ତ ଛାତ୍ରୀ ଙ୍କୁ ଅବକାଶକାଳୀନ ଗୃହ କାର୍ଯ୍ୟ ପ୍ରଦାନ କରା ଯାଇଥିଲା।

error: Content is protected !!