Sunday, April 20, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଭୋଇପାଲିରେ ଭବ୍ୟ ରାଧାକୃଷ୍ନ ମନ୍ଦିରର ଭୂମିପୂଜନ ଓ ଶିଲାନ୍ୟାସ ।

ଭୋଇପାଲିରେ ଭବ୍ୟ ରାଧାକୃଷ୍ନ ମନ୍ଦିରର ଭୂମିପୂଜନ ଓ ଶିଲାନ୍ୟାସ ।

ଅତାବିରା(ସୁରେନ୍ଦ୍ର କଠାର)-ବରଗଡ ଜିଲ୍ଲା ଅତାବିରା ବ୍ଲକ ଲରାସରା ପଂଚାୟତ ଭୋଇପାଲିରେ ବ୍ଲକ ଯାଦବ ସମାଜ ତରଫରୁ ଭବ୍ୟ ରାଧାକୃଷ୍ନ ମନ୍ଦିରର ଭୂମିପୂଜନ ଓ ଶିଲାନ୍ୟାସ ଉସ୍ବବ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଯାଦବ ସମାଜର ସଭାପତି ପୂର୍ଣ୍ନଚନ୍ଦ୍ର ସାଲମାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲା ଯାଦବ ସମାଜର ସଭାପତି ରାଜୁ ଘିଭେଲା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ବରଗଡ ପୌର ପରିଷଦ ଅଧ୍ୟକ୍ଷା କଳ୍ପନା ମାଝି,ସ୍ଥାନୀୟ ସରପଞ୍ଚ କୀର୍ତ୍ତନ ସେଠ,

ସ୍ଥାନୀୟ ଜିଲା ପରିଷଦ ସଭ୍ୟ ରଂଜିତ ସାହୁ ଓ ସୁଦାମ ଜାଲ,ଜିଲା ଯୁବ ଯାଦବ ସଭାପତି ପ୍ରଦୀପ ଥପା, ଭେଡେନ ବ୍ଲକ ସଭାପତି ନରେନ୍ଦ୍ର ବାଗ ,ମନଫୁଲ ଭୋଇ,ଦଶରଥ ଭୋଇ,ଯୁଧିଷ୍ଠିର ଭୋଇ,ଗାଁ ଗନ୍ତିଆ ଜଟାଧାରୀ ଭୋଇ,ଧ୍ରୁବ ପୋଢ ପ୍ରମୁଖ ମଂଚାସୀନ ଥିଲେ । ଜଟାଧାରୀ ଭୋଇ କବିତା ପଠନ କରିଥିଲେ । ୧୯୮୪ ରେ ଗଠନ କରାଯାଇଥିବା ବ୍ଲକ ଯାଦବ ସମାଜର ଦୀର୍ଘ ୪୦ ବର୍ଷର ସଂଘର୍ଷ ପରେ ଆଜି ରାଧାକୃଷ୍ନ ମନ୍ଦିର ନିର୍ମାଣ କରିବାର ଶିଲାନ୍ୟାସ କରିଥିବାରୁ ବ୍ଲକ ଯାଦବ ସମାଜର ଯାଦବ ଭାଇ ଭଉଣୀ ବେଶ ଉସ୍ବାହିତ ଥିଲେ ।

ପୂର୍ବରୁ ଥିବା ବ୍ଲକ ଯାଦବ ସମାଜର ସଭାପତି ସ୍ବର୍ଗତ ଗୋବିନ୍ଦ ବାଗ,ସ୍ବର୍ଗତ ଅର୍ଜ୍ଜୁନ ଭୋଇ,ସ୍ବର୍ଗତ ଦଶରଥ ବାଗ କଂ ସ୍ବପ୍ନକୁ ଆଜି ବ୍ଲକ ସଭାପତି ପୂର୍ଣ୍ନଚନ୍ଦ୍ର ସାଲମାକଂ ନେତୃତ୍ବରେ ସାକାର ହେବାକୁ ଯାଉଛି । ଏହି କାର୍ଯ୍ୟକ୍ରମରେ ବ୍ଲକ ଯାଦବ ସମାଜର ମହନ କଠାର,ବିରଂଚି ଭୋଇ,ସୌରଭ ବାଗ,ଦିଲ୍ଲିପ ବାଗ,ଯୁଧିଷ୍ଠିର ରାଉତ,ସନ୍ୟାସୀ ଠେଲା,ସୁଦାମ ଭୋଇ,ରବି ବାଗ ,ମାଳିକ ମହାକୁର,ଆନନ୍ଦ ଜାଲ,ବୃନ୍ଦାବନ ଦୀପ,ପ୍ରଦୀପ କଠାର.ସନ୍ତୋଷ ଭୋଇ ପ୍ରମୁଖ ସହଯାଗ କରିଥିଲେ । ଶେଷରେ ସୁଦାମ ଜାଲ ଧନ୍ୟବାଦ ଅର୍ପଣ କରିଥିଲେ ।

error: Content is protected !!