Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଭେଡେନରେ ପୋଲିସର ଫ୍ଳାଗ୍ ମାର୍ଚ ।

ଭେଡେନରେ ପୋଲିସର ଫ୍ଳାଗ୍ ମାର୍ଚ ।

ଅତାବିରା-ସାଧାରଣ ନିର୍ବାଚନ ୨୦୨୪ କୁ ଦୃଷ୍ଟିରେ ରଖି ଆଇନ ଅନୁଯାୟୀ ଆଚରଣ ବିଧି ଲାଗୁ ହେବା ପରେ ସାଧାରଣ ଜନତାଙ୍କ ସହ ପୋଲିସ ରହିଛି ବୋଲି ସୂଚନା ଦେବା ସହ ନିର୍ବାଚନକୂ ଶୃଙ୍ଖଳିତ ଭାବେ ପରିଚାଳିତ କରିବା ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସାହାଇ ମିନାଙ୍କ ନିର୍ଦ୍ଧେଶ କ୍ରମେ ଭେଡେନ ଏରିଆରେ ପୋଲିସର ଫ୍ଲାଗ ମାର୍ଚ୍ଚ ଅନୁଷ୍ଟିତ ହୋଇଜାଇଛି ।ଭେଡେନ ଥାନା ଅଧିକାରୀ ପ୍ରେମଜିତ ଦାସଙ୍କ ନେତୃତ୍ୱରେ  ଭେଡେନ ବ୍ଲକ ଅଞ୍ଚଳରେ ଅସାମାଜିକ କାର୍ଯ୍ୟକଳାପ ନିୟନ୍ତ୍ରଣ କରିବା ପାଇଁ ତଥା ଅଞ୍ଚଳ ରେ ଥିବା ବୁଥ୍ ଗୁଡିର ଭୋଟର ଯେପରି କୌଣସି ଭାବେ ପ୍ରଭାବିତ ନ ହୁଅନ୍ତୁ ଏଥିପାଇଁ ସମ୍ପୂର୍ଣ ପ୍ରସ୍ତୁତି ଉପରେ ତୀକ୍ଷ୍ଣ ନଜର ରଖାଯିବା ସହ କୌଣସି ରାଜନୈତିକ ଦଳ ଯେପରି ସାଧାରଣ ଜନତା ଙ୍କୁ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଦେଇ ପ୍ରଲୋଭିତ ଲୋଭ ଦେଖାଇ ପ୍ରଭାବିତ ନ କରି ପାରନ୍ତି ଏହା ଉପରେ ନଜର ରଖାଯିବା ଏହି ଫ୍ଳାଗ୍ ମାର୍ଚ୍ଚର ମୂଳ ଉଦ୍ଧେଶ୍ୟ । ଅବାଧ ଓ ସୁରୁଖୁରୁରେ ନିର୍ବାଚନ କରିବା ପାଇଁ ସାଧାରଣ ଜନତାଙ୍କୁ ମଧ୍ୟ ସହଯୋଗ କରିବା ପାଇଁ ବରଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସହ ଭେଡେନ ଥାନା ଅଧିକାରୀ ଜନ ସାଧରଣଙ୍କୁ ଅନୁରୋଧ କରିଛନ୍ତି । ଆଗାମୀ ଦିନରେ କୌଣସି ଅପ୍ରିତିକର ସୃଷ୍ଟି ନ ହେବା ପାଇଁ ଅସାମାଜିକ ବ୍ୟକ୍ତିଙ୍କ ପାଇଁ ପୋଲିସକୂ କଡ଼ା ନଜର ରଖିବା ପାଇଁ ବରଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ କଡ଼ା ସଙ୍କେତ ଦେଇଥିବା ଜଣାପଡ଼ିଛି । ଏଥିରେ ଏସଡିପିଓ ପଦାରବିନ୍ଦ ତ୍ରିପାଠୀ, ଦୁଇ ପ୍ଲାଟୁନ ଫୋର୍ସ ଓ ଭେଡେନ ଥାନାରେ କାର୍ଯ୍ୟରତ ସମସ୍ତ ପୋଲିସ କର୍ମଚାରୀ ଯୋଗଦେଇଥିଲେ।

error: Content is protected !!