ପାଇକମାଲ-ପାଇକମାଲ ବ୍ଳକ ବରତୁଣ୍ଡା ପଞ୍ଚାୟତ ଭୂଇଁଖାର ଗାଁରେ ଗୁରୁବାର ନୃସିଂହନାଥ ବନାଞ୍ଚଳ ବରଗଡ଼ ବନଖଣ୍ଡ,ଓଡ଼ିଶା ସରକାର ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଆନୁକୂଲ୍ୟରେ ଜାମସେଠ ସେକ୍ସନ ବନପାଳ ରମେଶ ଚନ୍ଦ୍ର ପ୍ରଧାନଙ୍କ ତତ୍ତ୍ଵାବଧାନରେ ମାଗଣା ପ୍ରାଣୀ ଚିକିତ୍ସା ଓ ଟୀକାକରଣ ଶିବିର ଅନୁଷ୍ଠିତ ହୋଇଯାଇଅଛି।

ଏଥିରେ ୨୨୦ ଗାଈଗୋରୁ ସମେତ ୧୭୫ ଛେଳିକୁ ସ୍ବାସ୍ଥ୍ୟ ପରୀକ୍ଷା କରି ଟୀକାକରଣ କରାଯାଉଥିଲା । ଏହି ଶିବିରରେ ପାଇକମାଳ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସାକ ଡଃ ପ୍ରବୋଧ ନଳିନୀ ମାହୁନ୍ତ, ପ୍ରାଣୀ ସହାୟକ ମଇନୁକିନ ଅଲ୍ଲୀ , ସଭାପତି ବିଜୟ କୁମାର ସିଂ ଭୂଏ ସମେତ ଭୂଇଁଖାର ଓ ଆଖପାଖ ଗାଁର ଗୃହପାଳିତ ପଶୁ ରଖିଥିବା ଚାଷୀମାନେ ଉପସ୍ଥିତ ଥିଲେ।


