Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଭିଜନ ୨୦୨୪ ପାଇଁ ପ୍ରଶାସନ,ନେତା,ବୁଦ୍ଧିଜୀବୀ ଓ ସାମ୍ବାଦିକ ଏକତ୍ରିତ ।

ଭିଜନ ୨୦୨୪ ପାଇଁ ପ୍ରଶାସନ,ନେତା,ବୁଦ୍ଧିଜୀବୀ ଓ ସାମ୍ବାଦିକ ଏକତ୍ରିତ ।

ଗାଇସିଲେଟ-ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ କେନ୍ଦୁଭଟା ସ୍ଥିତ ଦେବଦତ୍ତ କ୍ଲବ ଠାରେ ଦେବଦତ୍ତ କ୍ଲବ ଆନୁକୁଲ୍ୟରେ ଭିଜନ ୨୦୨୪ ପାଇଁ ଦେବଦତ୍ତ କ୍ଲବ ସଭାପତି ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ବୈଠକରେ ବ୍ଲକ ଅଧ୍ୟକ୍ଷ ପ୍ରଣୟ ସାହୁ , ବିଡିଓ ଲକ୍ଷ୍ମଣ ମାଝି , ତହସିଲଦାର ଟିଟସ ମହାନନ୍ଦିଆ, ସରପଞ୍ଚ ଶରତ କାଲୋ, , ୟୁଥ୍ କ୍ଳବ୍ ସଭାପତି ରଞ୍ଜନ ପଣ୍ଡା,ସମାଜସେବୀ ସୁଶାନ୍ତ ପଣ୍ଡା, ସାମ୍ବାଦିକ ସଞ୍ଜିବ ପୁରୋହିତ, ସାମ୍ବାଦିକ ଶିବ ପ୍ରସାଦ ବିଶ୍ବାଳ, ଦେବଦତ୍ତ କ୍ଲବ ସମ୍ପାଦକ କାହ୍ନୁ ଚରଣ ମାଝି, ବରିଷ୍ଠ ନାଗରିକ ଶଶି ଭୂଷଣ ବରିହା, ହେମନ୍ତ ବାରିକ ଏବଂ ଅଞ୍ଚଳର ଅନେକ ବୁଦ୍ଧିଜୀବୀ ମାନେ ଯୋଗ ଦେଇଥିଲେ ।

ଗାଇସିଲେଟର ବିକାଶ ପାଇଁ ସମସ୍ତେ ଏକଜୁଟ ହୋଇ କାମ କରିବା ସହ ଅଡିଟେରୀୟମ, ପଥପ୍ରାନ୍ତ ସୁବିଧା କେନ୍ଦ୍ର,ଟ୍ରେଜେରି ଅଫିସ, ଶିଳ୍ପ ତାଲିମ କେନ୍ଦ୍ର, କ୍ଷୁଦ୍ର ଶିଳ୍ପ ,ଇଣ୍ଡୋର୍ ଷ୍ଟାଡିୟମ୍, ଜୁଡ଼ିସିଆଲ କୋର୍ଟ ଉଦ୍ଘାଟନ,ସ୍ବାସ୍ଥ୍ୟ, ଶିକ୍ଷା,ଗମନା ଗମନ,ଜଳସେଚନ,ପ୍ରତି ଗୁରୁତ୍ବ ଦେବାକୁ ଗତ ଜାନୁଆରୀ ୨୬ ତାରିଖ ହୋଇଥିବା ବୈଠକ ରେ ନିଷ୍ପତି ନିଆଯାଇଥିଲା । ତେବେ ୭ ମାସ ପରେ ଆଜି ୭୮ତମ ସ୍ବାଧିନତା ଦିବସ ବୈଠକ ରେ କେତେ କାମ ହୋଇଛି କେତେ ବାକି ଅଛି ସେ ବିଷୟରେ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା ।

ବିଶେଷ କରି ବର୍ତମାନ ନିଶା କାରବାରରେ ଲିପ୍ତ ହୋଇ ନଷ୍ଟ ହୋଇ ଯାଉଥିବା ଯୁବ ପିଢ଼ିଙ୍କ ବିଷୟରେ ଆଲୋଚନା କରି ବେଧଡକ ଚାଲିଥିବା ନିଶା କାରବାରକୁ ବନ୍ଦ କରିବା ପାଇଁ ସମସ୍ତେ ଦାବି କରିଥିବା ବେଳେ ସମସ୍ତ ସମସ୍ୟାର ସମାଧାନ କରିବା ପାଇଁ ଅଧିକାରୀ ଏବଂ ନିର୍ବାଚିତ ପ୍ରତିନିଧିମାନେ ପ୍ରତିଶ୍ରୁତି ଦେଇଥିଲେ ପରେ କ୍ଲବ ପରିସରରେ ବିଭିନ୍ନ ପ୍ରକାର ବୃକ୍ଷ ରୋପଣ କରାଯାଇଥିଲା ତେବେ ଏଭଳି ଏକ ମହତ୍ ଚିନ୍ତା ପାଇଁ ଦେବଦତ୍ତ କ୍ଲବର ସମ୍ପାଦକ କାହ୍ନୁ ଚରଣ ମାଝିଙ୍କୁ ସମସ୍ତେ ପ୍ରଶଂସା କରିଥିଲେ । ପରିଶେଷରେ ଶେଷଦେବ ସାହୁ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

error: Content is protected !!