ପଦ୍ମପୁର-ପଦ୍ମପୁର ନିକଟସ୍ଥ ବୁଧାପାଲି ସ୍ଥିତ ମା’ ଭାରତୀ ପଡ଼ିଆଠାରେ କ୍ରୀଡ଼ା ସଙ୍ଘ ଦ୍ଵାରା ଆୟୋଜିତ ୧୪ତମ ଭିଏସଏସ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ଉଦଘାଟନୀ ଉତ୍ସବରରେ ମୁଖ୍ୟ ଅତିଥି ରୂପେ ଭେଉଁରିଆ ସରପଞ୍ଚ ଚୈତନ୍ୟ ଲୁହା ଏବଂ ସମ୍ମାନିତ ଅତିଥି ରୂପେ ମୋତିରାମ ପଟେଲ, ସତ୍ୟ କୁମାର ତୁରିଆ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ। ପ୍ରଥମ ଦିନ ଖେଳରେ ୬ଟି ଦଳ ମଧ୍ୟରୁ କଦଳୀମୁଣ୍ଡା କ୍ବାଟର ଫାଇନାଲ ମ୍ୟାଚରେ ଦେଓଳୀକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି।
ମ୍ୟାଚ ପରେ ଲୋକନାଥ ପଟେଲ ଓ ସୁଧାଂଶୁ ପଟେଲ ଅତିଥି ରୂପେ ଯୋଗଦେଇ କଦଳୀମୁଣ୍ଡା ଦଳର ରିତେଶଙ୍କୁ ମେନ ଅଫ ଦି ମେଚ ପୁରସ୍କାର ପ୍ରଦାନ କରିଥିଲେ। ହନୁ, ଦୁଷ୍ମନ୍ତ ଓ ଗୁପ୍ତା ଅମ୍ପାରିଂ ଏବଂ ଅର୍ଜୁନ ଓ ବାବୁ ସ୍କୋରିଂ ଦାୟିତ୍ଵ ତୁଲାଇଥିଲେ । ଦିଲୀପ, ବସୁ ଓ ଅନୀଲ ଧାରା ବିବରଣୀ ପ୍ରଦାନ କରିଥିଲେ। ବିଜୟା, ମିଥୁନ, ଆଦିତ୍ୟ, ସମୀର, ଛୋଟୁ, ସିତମ ଓ ଭିଏସଏସ ସ୍ପୋର୍ଟିଂର ଅନ୍ୟ ସଦସ୍ୟ ମାନେ ସହଯୋଗ କରିଥିଲେ।