ପଦ୍ମପୁର- ପଦ୍ମପୁର ସହରର ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟ ଠାରେ ଭାରତ ସରକାରଙ୍କ ଖାଦ୍ୟ ଓ ଯୋଗାଣ ବିଭାଗ ତରଫରୁ ମାନକ ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପାନୀୟ ଜଳ ପ୍ୟାକେଜ୍ ବିଷୟରେ ଅନୁଷ୍ଠିତ ପ୍ରତିଯୋଗିତାରେ ୭୦ ଜଣ ଛାତ୍ର ଅଂଶ ଗ୍ରହଣ କରିଥିଲେ । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଅଭିଳାଷ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଭାରତୀୟ ମାନକ ବ୍ୟୁରୋ ଭୁବନେଶ୍ଵର ଶାଖାର ମାଷ୍ଟର ଟ୍ରେନର ରଞ୍ଜନ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ ଏବଂ ସାଧନକର୍ମୀ ଭାବେ ଦାୟିତ୍ୱ ମଧ୍ୟ ତୁଲାଇଥିଲେ ।
ଏହି ପ୍ରତିଯୋଗିତାରେ ପ୍ରଥମ ସ୍ଥାନରେ ସ୍ୟୋମ୍ୟରଞ୍ଜନ ପଟ୍ଟନାୟକ ଏବଂ ଏମ୍ ଡି ୟାକୁବ୍,ଦ୍ବିତୀୟ ଲକି ପଶାୟତ ଏବଂ ଶୁଭମ ବେଶ୍ରା,ତୃତୀୟ ପିୟୁଷ ରଞ୍ଜନ ବେହେରା ଏବଂ ଅବିନାଶ ମେହେର, ଚତୁର୍ଥ ସ୍ଥାନ ଅଧିକାର କରିଥିବା କ୍ରିଶ ବେହେରା ଏବଂ ଅଙ୍କୁଶ କୁମାର ବାରିକଙ୍କୁ ପୁରସ୍କାର ପ୍ରଦାନ କରାଯାଇ ପୁରସ୍କୃତ ଛାତ୍ରମାନଙ୍କୁ ପ୍ରୋତ୍ସାହିତ କରାଯାଇଥିଲା। ପ୍ରୀତିରଶ୍ମୀ ସେଠ୍ ଅତିଥି ପରିଚୟ ଓ ସଂଗ୍ରାମ କେଶରୀ ଦୀପ ଧନ୍ୟବାଦ ଅର୍ପଣ କରିଥିଲେ ।