ପଦ୍ମପୁର-ଖାଦ୍ୟ ହେଉଛି ମଣିଷର ମୌଳିକ ଅଧିକାର । ସ୍ୱାଦିଷ୍ଠ ସହ ପୁଷ୍ଠିକର ଖାଦ୍ୟ ଖାଇବା ଦ୍ୱାରା ମଣିଷ ସୁସ୍ଥ ସବଳ ହୋଇ ରହିବ। ବରଗଡ ଜିଲ୍ଲାକୁ ଓଡିଶାର ଭାତହାଣ୍ଡି କୁହାଯାଏ । ଅତ୍ୟଧିକ ରସାୟନିକ ସାର ପ୍ରୟୋଗ କାରଣରୁ ଭାତହାଣ୍ଡି ଏବେ ବିଷହାଣ୍ଡିରେ ପରିଣତ ହୋଇ ସାରିଛି । ତେଣୁ ଜୈବିକ ପଦ୍ଧତିରେ ଚାଷ କରି ଖାଦ୍ୟ ଖାଇବା ଦ୍ୱାରା ମଣିଷ ହୃଷ୍ଟପୃଷ୍ଟ ରହିବ । ବରଗଡ ଜିଲ୍ଲାକୁ ଓଡିଶାର ଭାତହାଣ୍ଡି କୁହାଯାଏ ।
ହେଲେ ବର୍ତମାନ ଅଧିକ ଉର୍ପାଜନ ଆଶାରେ ଅତ୍ୟଧିକ ସାର ଓ କୀଟନାଶକ ପ୍ରୟୋଗ ଦ୍ୱାରା ତାହା ବିଷହାଣ୍ଡିରେ ପରିଣତ ହୋଇଯାଇଛି । ଯାହାର ପ୍ରଭାବ ମଣିଷ ସମାଜ ଉପରେ ପଡିଛି । ବରଗଡ ଜିଲ୍ଲାରେ କ୍ୟାନସର ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଲୋକମାନେ ଅଧିକ ବିଲାସ ବ୍ୟସନ ଜୀବନ ଯାପନ କରିବାରେ ଲାଗି ପଡିଛନ୍ତି ଏବଂ ନିଜ ଶରୀରକୁ ପୁଷ୍ଟିକର ଖାଦ୍ୟରୁ ବଂଚିତ କରୁଛନ୍ତି ।
ପୂର୍ବ କାଳରେ ଲୋକ ମାନେ ଗୋବର ଖତ ତଥା ଘରୁ ମିଲୁଥିବା ପଚାସଢା ପରିବାରୁ ଖତ ତିଆରି କରି ବିଭିନ୍ନ ପ୍ରକାର ଚାଷ ଯଥା ଧାନ,ମୁଗ,ବିରି,ଗହମ,ମାଣ୍ଡିଆ,ବାଜରା,ଗୁରଜି ଭଲି ଶସ୍ୟ ଚାଷ କରି ପୁଷ୍ଟିକର ଖାଦ୍ୟ ଖାଇ ନିରୋଗ ରହି ସୁସ୍ଥ ସବଳ ରହିଥିଲେ । ହେଲେ ଏବେ ଏହି ଶସ୍ୟ ଗୁଡିକ ଲୋପ ପାଇବାରେ ଲାଗିଲାଣି। ମଣିଷ ସମାଜକୁ ଏହି ବିଷ ଯୁକ୍ତ ଖାଇବାରୁ ରକ୍ଷା କରିବା ସହ ମୋକଙ୍କୁ ଖାଦ୍ୟ ଉପରେ ସଚେତନ କରିବା ପାଇଁ ଅହିଂସା କ୍ଲବ ପକ୍ଷରୁ ବିଶ୍ୱ ଖାଦ୍ୟ ଦିବସ ପାଲିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ଏକ ଖାଦ୍ୟ ମେଲା ପ୍ରଦର୍ଶିତ ହୋଇଥିଲା ଭଲିକି ଭଲି ଦେଶୀ ଖାଦ୍ୟ ସହ ଲୋପ ପାଇ ଯାଉଥିବା ଦେଶୀ ବିହନ । ବିଭିନ୍ନ ପ୍ରକାର ଧାନ , ଡାଲି ଜାତୀୟ ଖାଦ୍ୟ, ମାଣିଆ, ବାଜରା, ଗୁରଜି, ବିଭିନ୍ନ ପ୍ରକାରର ଶାଗ, ବିଭିନ୍ନ ପ୍ରକାରର କନ୍ଦମୂଲ ପ୍ରଦର୍ଶିତ ହୋଇଥିଲା। ଯାହା ସବୁ ମଣିଷ ଶରୀରକୁ ହିତକର ତଥା ପୁଷ୍ଟିକର ଖାଦ୍ୟ ପାଇବାରେ ସହେଯାଗୀ ହୋଇଥାଏ । ବିଶ୍ୱ ଖାଦ୍ୟ ଦିବସ ଅବସରରେ ଶିବ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ପଦ୍ମଶ୍ରୀ ହଳଧର ନାଗ,ବରଗଡ ସାଂସଦ ପ୍ରଦୀପ ପୁରୋହିତ, ଚାଷୀନେତା ଅଶୋକ ମହାନ୍ତି , ତଥା ବିଭିନ୍ନ ଅଂଚଳର ଚାଷୀମାନେଜେଯାଗଦେଇଥିଲେ ।
ବର୍ତମାନ ସମୟରେ କିଭଲି ଭାବରେ ଲୋକମାନେ ଖାଦ୍ୟ ନାଁରେ ବିଷ ଖାଉଛନ୍ତି ତାହା ଉପରେ ଆଲୋଚନା ହେବା ସହ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଜୈବିକ ପଦ୍ଧତିରେ ଚାଷ କରିବା ସହ ଲୋପ ପାଇଯାଉଥିବା ପୁଷ୍ଟିକର ଖାଦ୍ୟ ଶସ୍ୟ ଚାଷ କରିବା ପାଇଁ ଅତିଥି ମାନେ ଉପସ୍ଥିତ ଚାଷୀ ମାନଙ୍କୁ ଉଦବୋଧନ ଦେଇଥିଲେ । ଏହି ଉତ୍ସବରେ ଉନ୍ନତ ମାନର ଚାଷ କରିଥିବା ବିଭିନ୍ନ ଚାଷି ମାନଙ୍କୁ ଫୁଡ ହିରୋ ଭବାରେ ସମ୍ମାନିତ କରାଯାଇଥିଲା । ତେବେ ମଣିଷ ସମାଜ ଜୈବିକ ପଦ୍ଧତିରେ ଚାଷ ହୋଇଥିବା ଏହି ପୁଷ୍ଟିକର ଖାଦ୍ୟ ଖାଇବା ନିହାତି ଆବଶ୍ୟକ ହୋଇ ପଡିଛି ।