Saturday, March 7, 2026
Homeରାଜ୍ୟବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା ।

ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା ।

ବରପାଲି-ବରପାଲି ହାଇସ୍କୁଲ ଖେଳ ପଡିଆ,ପରିସରରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା ଆୟୋଜିତ ହୋଇଯାଇଛି। ମଙ୍ଗଳବାର ସକାଳ ସମୟରେ ପହଞ୍ଚିଥିବା ଅଂଶଗ୍ରହଣକାରୀ ମାନଙ୍କ ପଞ୍ଜିକରଣ ସହ ଭିଡିଓ ପ୍ରଦର୍ଶନ କାର୍ଯ୍ଯକ୍ରମ ପରିଚାଳିତ ହୋଇଥିଲା। ମତ୍ସ୍ୟ ଓ ପ୍ରାଣିସମ୍ପଦର ଅଭିବୃଦ୍ଧି, ରାଜ୍ୟର ଚାଷୀ ମାନଙ୍କ ସମୃଦ୍ଧି ସକାଶେ ବରଗଡ ଜିଲ୍ଲା ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ଦ୍ବାରା ପ୍ରାଣୀ ପ୍ରାଣୀଚିକିତ୍ସାଳୟ ରେ ଚାଷୀ – ବିଶେଷଜ୍ଞ ଆଲୋଚନାଚକ୍ର, ସଚେତନତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ବରପାଲି ବ୍ଳକର ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ସମ୍ବନ୍ଧରେ ବିଶୃତ ଆଲୋଚନା ହୋଇଥିଲା । ଏହି ଅବସରରେ ସଫଳ ଚାଷୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଡ଼.ଜ୍ୟୋତି ପ୍ରକାଶ ପଧାନବରପାଲି ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ଅଧ୍ୟକ୍ଷତାରେ କାର୍ଯ୍ଯକ୍ରମ ପରିଚାଳିତ ହୋଇଥିଲା।

ମୁଖ୍ୟଅତିଥି ଭାବରେ ବିଜେପୁର ବିଧାୟକ ସନତ କୁମାର ଗଡତିଆ କାର୍ଯ୍ଯକ୍ରମକୁ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ଅଧ୍ୟକ୍ଷା,ପଞ୍ଚାୟତ ସମିତି,ଶୁଭସ୍ମୀତା ଘଡେଇ ଜିଲ୍ଲା ମତ୍ସ୍ୟ ଅଧିକାରୀ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ରୂପେ ଡ଼ ନିଗମାନନ୍ଦ ପାଢୀ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଯୋଗ ଦେଇଥିଲେ। ସ୍ଥାନୀୟ ସୁମନ୍ତ କୁମ୍ଭାର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ମେଳାକାର୍ଯ୍ଯ ପରିଚାଳିତ ହୋଇଥିଲା। ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ କାର୍ଯ୍ଯକର୍ତ୍ତା ମାନେ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ଜଣାଇଥିଲେ।ସକାଳ ପ୍ରଥମ ପର୍ଯ୍ଯାୟରେ ବ୍ଲକ ପ୍ରାଣିଚିକିତ୍ସା ଅଧିକାରୀ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ମତ୍ସ୍ୟ ଚାଷର ସଫଳତା କାହାଣୀ ଉପରେ ବକ୍ତବ୍ଯ ରଖିଥିଲେ। ପରେ ମୁଖ୍ୟବକ୍ତାଙ୍କ ଅଭିଭାଷଣ ପ୍ରଦାନ ସହିତପ୍ରାଣିସମ୍ପଦ ବିକାଶ ସଫଳ କାହାଣୀ ଭିଡିଓ ପ୍ରଦର୍ଶନ ହୋଇଥିଲା।

ସମ୍ମାନୀତ ଅତିଥି ମାନଙ୍କ ଅଭିଭାଷଣ ପରେ ସଫଳ ମତ୍ସ୍ୟ ଚାଷ ଏବଂ ପ୍ରାଣିସମ୍ପଦ ବିକାଶ ସଫଳତା କାହାଣୀ ଭିଡିଓ ମାଧ୍ଯମରେ ପ୍ରଦର୍ଶିତ କରାଯାଇଥିଲା। ସେହିପରି ସଫଳ ଚାଷୀ ଓ ଉଦ୍ୟୋଗୀ ମାନଙ୍କ ଅନୁଭୂତି ବର୍ଣ୍ଣନା ସହିତ ଶ୍ରେଷ୍ଠତା ରଖିଥିବା କେତେକ ମତ୍ସ୍ୟଚାଷୀ ଓ ପ୍ରାଣିପାଳକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ମତ୍ସ୍ୟ ଚାଷ ଓ ପ୍ରାଣିସମ୍ପଦ ବିକାଶ ସମ୍ପର୍କିତ ଭିଡିଓ ପ୍ରଦର୍ଶନ ହୋଇ ମୁଖ୍ୟଅତିଥିଙ୍କ ଅଭିଭାଷଣ ଉପସ୍ଥାପନ କରିଥିଲେ। ବ୍ଲକ ମତ୍ସ୍ୟ ଅଧିକାରୀଙ୍କ ଦ୍ବାରା ଧନ୍ୟବାଦ ଅର୍ପଣ ପର୍ବ ସମ୍ପର୍ଣ୍ଣ ହୋଇଥିଲା। ପରମୁହୁର୍ତ୍ତରେ ଚାଷୀ-ବିଶେଷଜ୍ଞ ମାନଙ୍କୁ ନେଇ ଆଲୋଚନା ଏବଂ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କରାଯାଇଥିଲା। ଅପରାହ୍ନ ପର୍ଯ୍ଯାୟରେ ବ୍ଲକ କଳା ସଂସ୍କୃତି ସଂଘ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପ୍ରସ୍ତୁତ ହୋଇଥିଲା। ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ଓଡ଼ିଶା ସରକାରଙ୍କ ନିର୍ଦେଶକ୍ରମେ ମେଳା ଆୟୋଜନ କରାଗଲା।

error: Content is protected !!