ବରପାଲି-ବରପାଲିଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ସ୍ନାତକ ଶ୍ରେଣୀ ଛାତ୍ର ଛାତ୍ରୀଙ୍କୁ ନେଇ ସାଇବର ସୁରକ୍ଷା ସଚେତନତା ବିଷୟ ଉପରେ ଏକ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ପଦ୍ମିନୀ ଦାଶଙ୍କ ତତ୍ବିଧାନରେ ପ୍ରତିଯୋଗିତାରେ ବିତର୍କ ଓ କୁଇଜ ବିଭାଗରେ କଟାପାଲି +୩ ମହାବିଦ୍ୟାଳୟ ଛାତ୍ର ସ୍ପନ୍ଦନ ମିଶ୍ର ଓଡ଼ିଆ ବିତର୍କରେ ପ୍ରଥମ ହୋଇଥିବା ବେଳେ,ଦ୍ବିତୀୟ ସ୍ଥାନ ଅଧିକାର କରିଥିଲେ ବରପାଲି ମହାବିଦ୍ୟାଳୟ ଛାତ୍ର ଶ୍ରୀମନ୍ତ ନାରାୟଣ ତ୍ରୀପାଠୀ ଓ ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟ ଛାତ୍ରୀ ଗୀତାଞ୍ଜଳି ଦାଶ ଇଂରାଜୀରେ ପ୍ରଥମ ବରପାଲି ମହାବିଦ୍ୟାଳୟ ଛାତ୍ର ନିତ୍ୟମ ପରିଡ଼ା ଓ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲେ ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟ ଛାତ୍ରୀ ମୁଷ୍କାନ୍ ନାଗ ଏବଂ କୁଇଜ୍ ପ୍ରତିଯୋଗିତାରେ ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟ ଛାତ୍ରୀ ଯାଜ୍ଞସେନୀ ମହାକୁର ପ୍ରଥମ ସ୍ଥାନ ଓ ଦ୍ବିତୀୟ ସ୍ଥାନ ନନ୍ଦିନୀ ଗହିର ଅଧିକାରକରିଥିଲେ ।


ବିଚାରକ ଭାବେ ହିନ୍ଦୀ ଅଧ୍ୟାପିକା ଜ୍ୟୋତି ସାହୁ,ଇଂରାଜୀ ଅଧ୍ୟାପିକା ପରିଣିତା ପଧାନ ଓ ଶିକ୍ଷା ବିଭାଗ ଅଧ୍ୟାପିକା ମନିଷା ଭୋଇ ପ୍ରମୁଖ ଦାୟିତ୍ବଭାର ତୁଳାଇଥିଲେ। ପରେ ହିନ୍ଦୀ ବିଭାଗର ମୁଖ୍ୟ ଅଧ୍ଯାପିକା ଜ୍ୟୋତି ସାହୁଙ୍କ ସଂଯୋଜନାରେ ପରିଚାଳିତ ସଭାକାର୍ଯ୍ଯ ଅଧ୍ୟକ୍ଷା ପଦ୍ମିନୀ ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ବିଜୟୀ ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଗହଣରେ ପୁରସ୍କାର ପ୍ରଦାନ କରାଯାଇଥିଲା। ସଭାରେ ମୁଖ୍ୟଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରୀ ମୁକୁନ୍ଦ ମାହାରଙ୍କ ସମେତ ସହଯୋଗୀ ମକୁନ୍ଦ ମେହେର ଯୋଗ ଦେଇ ସାଇବର ସଚେତନତା ଓ ସତର୍କତାହିଁ ପ୍ରକୃତରେ ଅପରାଧକୁ ରୋକାଯାଇପାରିବ ବୋଲି କହିଥିଲେ। ଆଗାମୀ ଦିନରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନେ ଜିଲ୍ଲା ସ୍ତରରେ ଭାଗ ନେବେ ବୋଲି ମୁଖ୍ୟଅତିଥି ଅଭିବ୍ୟକ୍ତ ପ୍ରଦାନ କରିଥିଲେ। ମହାବିଦ୍ୟାଳୟ ପ୍ରତିଷ୍ଠାତା ଅନ୍ତର୍ଯ୍ୟାମୀ ପଣ୍ଡାଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ସହକର୍ମୀ ବୃନ୍ଦ ଓ ଛାତ୍ରୀ ମାନେ ଉପସ୍ଥିତ ରହିଥିଲେ।



