Sunday, April 20, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିବ୍ଲକ ସ୍ତରୀୟ ରାଇଜିଙ୍ଗ ଷ୍ଟାର କେମ୍ପ କାର୍ଯ୍ୟକ୍ରମ ଉଦଯାପିତ ।

ବ୍ଲକ ସ୍ତରୀୟ ରାଇଜିଙ୍ଗ ଷ୍ଟାର କେମ୍ପ କାର୍ଯ୍ୟକ୍ରମ ଉଦଯାପିତ ।

ଝାରବନ୍ଧ – ଝାରବନ୍ଧ ବ୍ଲକ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ର ଆୟୋଜନ ରେ ଝାରବନ୍ଧ ବ୍ଲକ ସ୍ତରୀୟ ରାଇଜିଙ୍ଗ ଷ୍ଟାର କେମ୍ପ କାର୍ଯ୍ୟକ୍ରମ ର ଉଦଯାପନୀ କାର୍ଯ୍ୟକ୍ରମ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟ ପରିସରରେ ବିଇଓ ଶୁଭମ କୁମାର ପତି ଙ୍କ ସଭାପତିତ୍ବ ରେ ମୁଖ୍ୟ ଅତିଥି ଭାବେ ପଂଚାୟତ ସମିତି ଡିଗ୍ରୀ କଲେଜ ଅଧକ୍ଷ ଶ୍ୟାମ ସୁନ୍ଦର ବେହେରା ଯୋଗ ଦେଇଥିବା ବେଳେ ଏବିଇଓ ଦୟାନିଧି କୈବର୍ତ୍ତ,ଦିବ୍ୟ କିଶୋର ପଣ୍ଡା,ପଂଚାୟତ ସମିତି ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦୟାନିଧି ସାହୁ, ଡଭା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଟିକେଶ୍ୱର ପଟେଲ ପ୍ରମୁଖ ମଂଚାସୀନ ଥିଲେ l

ଝାରବନ୍ଧ ବ୍ଲକ ର ୧୮ ଗୋଟି ଉଚ୍ଚ ବିଦ୍ୟାଳୟ ର ୫୦ ଗୋଟି ଛାତ୍ର ଛାତ୍ରୀ ଙ୍କୁ ନେଇ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ରେ କିପରି ଭାବେ ଭଲ ପ୍ରଦର୍ଶନ କରି ଉତ୍ତୀର୍ଣ ହେବେ ସେ ବିଷୟରେ ଛାତ୍ରଛାତ୍ରୀ ଙ୍କୁ ତାଲିମ ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ଜାନୁୟାରୀ ୨୭ ତାରିଖରୁ ଆରମ୍ଭ ହୋଇ ଦୀର୍ଘ ପାଞ୍ଚ ଦିନ ଧରି ଚାଲି ଥିବା ବେଳେ ଆଜି ତାର ଉଦଯାପନୀ କାର୍ଯ୍ୟକ୍ରମ ହୋଇଛି l ଏହି ତାଲିମ କାର୍ଯ୍ୟକ୍ରମ ରେ ୧୭ ଜଣ ଆର. ପି. ଛାତ୍ରଛାତ୍ରୀ ମାନଙ୍କୁ ମାଟ୍ରିକ ପରୀକ୍ଷା ରେ ଭଲ ପ୍ରଦର୍ଶନ କରିବା ପାଇଁ ଜ୍ଞାନ କୌଶଳ ପ୍ରଦାନ କରିଥିଲେ l ଶେଷରେ ଶିକ୍ଷୟତ୍ରୀ ଅନୁପମା ପ୍ରଧାନ ଧନ୍ୟବାଦ ଜ୍ଞାପନ କରିଥିଲେ l

error: Content is protected !!