Tuesday, June 10, 2025
spot_imgspot_imgspot_img
Homeରାଜ୍ୟବ୍ଲକ କର୍ତ୍ତୃପକ୍ଷଙ୍କ ପ୍ରୟାସ କ୍ରମେ ଉପଯୁକ୍ତ ହିତାଧିକାରୀ ପାଇ ପାରୁଛନ୍ତି ଅନ୍ତଦୟ ଗୃହ ଯୋଜନା...

ବ୍ଲକ କର୍ତ୍ତୃପକ୍ଷଙ୍କ ପ୍ରୟାସ କ୍ରମେ ଉପଯୁକ୍ତ ହିତାଧିକାରୀ ପାଇ ପାରୁଛନ୍ତି ଅନ୍ତଦୟ ଗୃହ ଯୋଜନା ।

ଗାଇସିଲେଟ-ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ମାର୍ଚ୍ଚ ୩୦ ତାରିଖ କଳାହାଣ୍ଡିରୁ ଶୁଭାରମ୍ଭ କରିଥିଲେ ରାଜ୍ୟ ସ୍ତରୀୟ ଅନ୍ତୋଦୟ ଗୃହ ଯୋଜନା । ଏହି ଯୋଜନାରେ ଘରପୋଡି,ବନ୍ୟା,ବାତ୍ୟା,ହାତୀ ଉପଦ୍ରବ,ଦଙ୍ଗା,ବାମପନ୍ଥୀ ହିଂସା,ଆଇନ ଶୃଙ୍ଖଳା ପରିସ୍ଥିତି ଆଦି ପ୍ରାକୃତିକ କିମ୍ବା ମନୁଷ୍ୟକୃତ ଦୁର୍ବିପାକରେ ଭୀଷଣ ଭାବରେ କ୍ଷ୍ୟତି ଗ୍ରସ୍ତ ହୋଇଥିବା ପରିବାର , ଭିନ୍ନକ୍ଷମ, ବିଧବା, ଦୁରାରୋଗରେ ପୀଡ଼ିତ ଥିବା ବ୍ୟକ୍ତି ଯେଉଁମାନେ ଝାଟି ମାଟି ଘରେ କିମ୍ବା ତାର୍ପୋଲିନ ଢାଙ୍କି ରହୁଥିବା ଅସହାୟ ଲୋକଙ୍କ ପାଇଁ ଘର ଯୋଗାଇଦେବା ପାଇଁ ସ୍ବପ୍ନ ଦେଖିଥିଲେ ମୁଖ୍ୟମନ୍ତ୍ରୀ ।

ତେବେ ବ୍ଲକ ସ୍ତରରେ ଉପଯୁକ୍ତ ହିତାଧିକାରୀଙ୍କୁ ଚିହ୍ନଟ କରିବାର ସଂପୂଣ୍ଣ ଦାୟିତ୍ଵ ଦିଆଯାଇଥିଲା ବିଡିଓ ମାନଙ୍କୁ । ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ସ୍ବପ୍ନକୁ ସାକାର କରିବା ପାଇଁ ଅଣ୍ଟା ଭିଡିଥିଲେ ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଲକ୍ଷ୍ମଣ ମାଝୀ । ନିଜ ଅଧିକାରୀ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭୀଷ୍ମ ମାଝୀ,ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଭାତ କୁମାର ତ୍ରିପାଠୀ, ବିପିସି ଗ୍ରାମୀଣ ଗୃହ ବିଭାଗ ଅଭୟ ପଧାନଙ୍କୁ ସାଙ୍ଗରେ ଧରି ୧୯ ଗୋଟି ଗ୍ରାମପଞ୍ଚାୟତ କୁ ଯାଇ ଘର ଘର ବୁଲି ଯୋଗ୍ୟ ହିତାଧିକାରୀ ମାନଙ୍କୁ ଧାର୍ଯ୍ୟ ପଦ୍ଧତି ଅନୁସରଣ କରି ସ୍ବଚ୍ଛତା ସହିତ ବର୍ତମାନ ସୁଦ୍ଧା ୪୮୫ ଜଣ ହିତାଧିକାରୀଙ୍କୁ ଯୋଗାଇ ଦେଇଛନ୍ତି ଅନ୍ତୋଦୟ ଗୃହ କାର୍ଯ୍ୟାଦେଶ ।

ହିତାଧିକାରୀଙ୍କ ଭିତରେ ପ୍ରାକୃତିକ ବିପର୍ଯ୍ୟୟ ୨,ଭିନ୍ନକ୍ଷମ ୯୯,ବିଧବା ୧୨୧,ଗୁରୁତର ଅସୁସ୍ଥତା ୭,କୁଷ୍ଠରୋଗୀ ୧,ଅନ୍ୟାନ୍ୟ ଅତ୍ୟନ୍ତ ଅଭାବୀ ୨୫୫ ଜଣ ସର୍ବ ମୋଟ ୪୮୫ ଜଣ ଉପଯୁକ୍ତ ହିତାଧିକାରୀଙ୍କୁ ଚିହ୍ନଟ କରିଛନ୍ତି ବିଡିଓ ମହାଶୟ। ଏହା ସହ ଆଗାମୀଦିନରେ କିଭଳି ଭାବରେ ଲୋକେ ଠିକ ଭାବରେ ପ୍ରଧମନ୍ତ୍ରି ଆବାସ ଗୃହ ପାଇପାରିବେ ସେଥି ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଚାଲିଥିବା ସର୍ଭେ କାର୍ଯ୍ୟର ତଦାରଖ କରିବା ସହ ଲୋକ ମାନଙ୍କୁ ସଚେତନ କରୁଥିଲେ ।

ତେବେ ପୂର୍ବରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଥିବା ହିତାଧିକାରୀ ମାନେ କାମ ଆରମ୍ଭ କରୁନଥିବାରୁ ତାଙ୍କୁ ତାଗିଦ କରିବା ସହ ଯେଉଁମାନେ ଅଧା ପନ୍ତରିଆ କାମ କରିଛନ୍ତି ଖୁବ ଶୀଘ୍ର କାମ ସଂପୂର୍ଣ୍ଣ କରିବା ପାଇଁ ନିର୍ଦ୍ଦେଶ ଦେଉଥିଲେ । ଗାଁରେ ବୁଲୁଥିବା ସମୟରେ ବିଡ଼ିଓ ମହାଶୟ ଯେଉଁ ବ୍ୟକ୍ତିମାନେ ଆବାସ ଯୋଜନା ପାଇ ନାହାନ୍ତି ଓ ସେମାନେ ଭଙ୍ଗା ଦଦରା ଘରେ ରହୁଛନ୍ତି ସେମାନଙ୍କ ପାଖରେ ପହଞ୍ଚି ତାଙ୍କ ଦୁଃଖ ସୁଖ ବୁଝିବା ସହ ଯଥା ଶୀଘ୍ର ତାଙ୍କୁ ଆବାସ ଯୋଜନାରେ ସାମିଲ କରି ଘର ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ତେବେ ବିଭିନ୍ନ ସମୟରେ ଲୋକଙ୍କ ସେବା କରି ଚର୍ଚ୍ଚାରେ ରହି ଆସୁଥିବା ଏହି ବିଡିଓ ମହାଶୟଙ୍କ କାମ ଦେଖି ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।

error: Content is protected !!