Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିବ୍ରାହ୍ମଣ ସମାଜ ପଦ୍ମପୁରର ମକର ମିଳନ ।

ବ୍ରାହ୍ମଣ ସମାଜ ପଦ୍ମପୁରର ମକର ମିଳନ ।

ପଦ୍ମପୁର-ମକର ସଂକ୍ରାନ୍ତି ଉପଲକ୍ଷେ ବ୍ରାହ୍ମଣ ସମାଜ ପଦ୍ମପୁର ମକର ମିଳନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନଗରିକର କର୍ତ୍ତବ୍ୟ ବିଷୟରେ ଆଲୋଚନା ହୋଇଥିଲା। ବ୍ରାହ୍ମଣ ସମାଜର ସମ୍ପାଦକ ସଦାନନ୍ଦ ପୁରୋହିତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଲାପରେ ଡକ୍ଟର ବାଞ୍ଛାନିଧି ପଣ୍ଡା ଆଲୋଚ୍ୟ ବିଷୟରେ ସମ୍ୟକ ସୂଚନା ଦେଇଥିଲେ। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋବିନ୍ଦ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ପ୍ରଥମ ସତ୍ର’ ଭାରତୀୟ ସମ୍ବିଧାନ ଆଧାର ରେ ନାଗରିକର କର୍ତ୍ତବ୍ୟ ‘ ବିଷୟରେ ଅଧ୍ୟାପକ ଡକ୍ଟର ଖ୍ୟାତିମୟ ତ୍ରିପାଠୀ ତାଙ୍କର ବକ୍ତବ୍ୟ ରଖିଥିଲେ। ଅବସରପ୍ରାପ୍ତ ଅଧ୍ୟକ୍ଷ ଚିତ୍ତରଞ୍ଜନ ଦାଶଙ୍କ ସଭାପତିତ୍ୱରେ ଦ୍ଵିତୀୟ ସତ୍ରର ଆଲୋଚ୍ୟ ବିଷୟ ଥିଲା ‘ ରାଷ୍ଟ୍ର ନିର୍ମାଣ ରେ ନାଗରିକର ଉତ୍ତର ଦାୟିତ୍ୱ ‘।

ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଡକ୍ଟର ପ୍ରିୟଦର୍ଶୀ ଯୋଶୀ ପ୍ରଥମେ ରାଷ୍ଟ୍ରର ସଂଜ୍ଞା ବୁଝାଇ, ତାର ସର୍ବାଙ୍ଗୀନ ଉନ୍ନତି ତାର ପୁତ୍ର ରୁପି ନାଗରିକର ତ୍ୟାଗ, ନିୟମ ପାଳନ, ସ୍ଵକୁ ନେଇ ଗର୍ବ ତଥା ସମସ୍ତ ସମାଜ ପ୍ରତି ସମଭାବନା ବିନା ସମ୍ଭବ ନୁହେଁ ବୋଲି ପ୍ରତିପାଦନ କରିଥିଲେ। ଆଲୋଚନା ରେ ସତ୍ୟନାରାୟଣ ତ୍ରିପାଠୀ, ମନୋଜ ପଣ୍ଡା ଅଂଶ ଗ୍ରହଣ କରିଥିଲେ.। ପଣ୍ଡିତ ଅତ୍ରାହି ପାଣିଗ୍ରାହୀ ମନ୍ତ୍ର ପାଠ ପୂର୍ବକ ସେମିନାର ଆରମ୍ଭ କରିଥିଲେ.। ଶେଷରେ ସମାଜ ର ସଭା ପତି ଙ୍କ ଅଭିଭାଷଣ ପରେ ଶାନ୍ତି ପାଠ ପୂର୍ବକ ସଭା ସମ୍ପନ୍ନ ହୋଇଥିଲା। ଅଧ୍ୟାପକ ଦିବ୍ୟକିଶୋର ପଣ୍ଡା ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏ ସେମିନାର ରେ ବ୍ରାହ୍ମଣ ସମାଜ ତଥା ଅନ୍ୟ ସମାଜ ର ପ୍ରାୟ ପଚାଶ ଜଣ ଉପସ୍ଥିତ ଥିଲେ। ପର୍ଶୁରାମ ବାହିନୀ ଓ ଗାୟତ୍ରୀ ବାହିନୀର ସଭ୍ୟସଭ୍ୟା ମାନଙ୍କ ସହଯୋଗରେ କାର୍ଯ୍ୟକ୍ରମ ସୁଚାରୁରୂପେ ସମାହିତ ହୋଇଥିଲା ।

error: Content is protected !!